ପ୍ରଭୁ ସ୍ମୃତି ଭବନ ର ଶୁଭ ଉଦ୍ଘାଟନୀ ଉତ୍ସବ।

ଗୋବରା ତା.-୨୩.୦୨.୨୬, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ବାସୁଦେବପୁର ଠାରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଙ୍କ ସହ ସବ୍ ଜୋନାଲ ବ୍ରହ୍ମପୁର ର ମୂଖ୍ୟ ରାଜଯୋଗିନି ବିକେ ମାଳା ଭଉଣୀ , ବିଡ଼ିଓ ଏବଂ ସମସ୍ତ ସ୍ଥାନୀୟ ସମ୍ମାନୀୟ ଅତିଥି ମାନଙ୍କ ସହ ସମସ୍ତ ଓମ୍ ଶାନ୍ତି ଭାଇ/ଭଉଣୀଙ୍କ ସଦୟ ଉପସ୍ଥିତି ରେ ନୂତନ ପ୍ରଭୁ ସ୍ମୃତି ଭବନ ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। ବିଶେଷ କରି ଶାନ୍ତି ଯାତ୍ରା ନଗର ପରିକ୍ରମା କରି ବ୍ରହ୍ମପୁର ରୁ ଆସିଥିବା ମାଳା ଦିଦୀଙ୍କୁ ପୁଷ୍ପ ପ୍ରଦାନକରୀ ସମସ୍ତ ଭାଇଭଉଣୀ ରାସ୍ତାର ଉଭୟ ପାର୍ଶ୍ଵରେ ରହି ସ୍ବାଗତ ଜଣାଇବା ସହ ଅତି ଭବ୍ୟ ଆୟୋଜନ ସହକାରେ ନୂତନ ଭବନ ନିକଟକୁ ପାଛୋଡ଼ି ଆଣି ସେଠାରେ ଓଁ ଶାନ୍ତି ପତାକା ଉତ୍ତୋଳନ ସହ ବିଧାୟକ ଙ୍କ ସହ ମିଳିତ ଭାବେ ନୂତନ ଭବନ କୁ ସର୍ବସାଧାରଣ ଙ୍କ ଶିକ୍ଷ୍ୟା ଉଦ୍ଦେଶ୍ୟ ରେ ସାର୍ବଜନୀନ କରାଯିବାସହ, ସମସ୍ତ ଙ୍କ ଉପସ୍ଥିତି ରେ ମଞ୍ଚ ରେ

ଉପସ୍ଥିତ ରହି ଦୀପ ଲଗାଇ, କେକ୍ କଟିଙ୍ଗ କରିବା ସହ କିଭଳି ସଂସାରରେ ସମସ୍ତେ ଏକାକାର ହୋଇ ପବିତ୍ର ବାବା ଙ୍କ ଶିକ୍ଷ୍ୟା ଗ୍ରହଣ କରିବା ସହିତ ଏକ ସୁନ୍ଦର ବାତାବରଣ ରେ ଭଲ ମଣିଷ ହୋଇ ସମସ୍ତଙ୍କ ପାଇଁ ସେବାବ୍ରତୀ ହୋଇ କାମ କରିବା ସମସ୍ତ ଙ୍କ ସହଯୋଗରେ କିଭଳି ଧରା ପୃଷ୍ଟରେ ଶାନ୍ତି ପ୍ରତିଷ୍ଠା ହେବ ସମସ୍ତ ଅତିଥି ଙ୍କ ଅଭିଭାଷଣ ରେ ରହିଥିଲା। ବିଶେଷ କରି କଳାକାର ଙ୍କ ଭିତରେ କୁନି କଳାକାର ସୁଶ୍ରୀ ଅନୁପମା ରଥ ଙ୍କ ନୃତ୍ୟ ଅତି ମନ୍ତ୍ରମୁଗ୍ଧ କରିଥିଲା। ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିବା ସହ ଭବନ ର ଉନ୍ନତି କାମନା ପୂର୍ବକ ଶିବବାବା ଙ୍କ ଆଶିଷ ଗ୍ରହଣ କରିଥଲେ।

Leave a Reply

Your email address will not be published. Required fields are marked *