ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଦ୍ୱାରା ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ ଏବଂ ମେଧା ବୃତ୍ତି ସମ୍ମାନ ପ୍ରଦାନ

ମହାଶୟ, ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଆଜି ୨୨-୦୨-୨୦୨୬ ରବିବାର ଦିନ ପରିଷଦ କାର୍ଯ୍ୟାଳୟ ପରିସରରେ ଚଳିତ ବର୍ଷ *”ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ” ଏବଂ “ମେଧା ବୃତ୍ତି ସମ୍ମାନ ପ୍ରଦାନ”* କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ସଭାପତି ଶ୍ରୀ ସୀମାଞ୍ଚଳ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଅତିଥିମାନେ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପରେ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା l ବରିଷ୍ଠ ସଦସ୍ୟ ରଜନୀକାନ୍ତ ପାତ୍ର ଅତିଥିମାନଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରିଥିଲେ ଏବଂ ସଂସ୍କାର ସଂଯୋଜକ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ lକ୍ଷେତ୍ରୀୟ ସେବା ସଂଯୋଜକ ପ୍ରସନ୍ନ କୁମାର ଛୋଟରାୟ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ lମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ତହସିଲଦାର ଶ୍ରୀ ରାକେଶ କୁମାର ପରିଡା ଯୋଗଦେଇଥିଲେ l ଏବଂ ସମ୍ମାନୀତ ଅତିଥି ଭାବେ ଭାରତ ବିକାଶ ପରିଷଦ ର ରାଜ୍ଯ ସଭାପତି ଶ୍ରୀ ସତ୍ୟବାଦୀ ଦାଶ ଓ ଅନ୍ୟତମ ସମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତାଭାବେ ପରିଷଦ ର ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଯୋଗଦେଇଥିଲେ lସଭାପତି ସ୍ଵାଗତ ଭାଷଣ ଦେଇଥିଲେ ଏବଂ ପରିଷଦ ର ପରିଚୟ ରଖିବା ସହ ଆଜି ଆୟୋଜିତ କାର୍ଯ୍ଯକ୍ରମର ଲକ୍ଷ ଉଦ୍ଧେଶ୍ୟ ବିଷୟ ରେ ଉଦବୋଧନ ଦେଇଥିଲେ lଗୁରୁ ବନ୍ଦନା ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ନିଜ ନିଜର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ ଓ ଭୂମିଷ୍ଠ ପ୍ରଣାମ କରି ଗୁରୁବନ୍ଦନା କରିଥିଲେ lପରିଷଦର ପଦାଧିକାରୀ ମାନେ ଉତ୍ତରୀୟ ଦେଇ ଶିକ୍ଷକମାନଙ୍କୁ ସମ୍ମାନୀତ କରିଥିଲେ l ପରିଷଦର ମହିଳା ସହଭାଗୀତା ସଂଯୋଜିକା ଶ୍ରୀମତୀ ଯାଜ୍ଞସେନୀ ଓ କେ.ଏନ୍. ରାଣୀ ଉପସ୍ଥିତ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ମେଧାବୃତ୍ତି ପାଇଥିବାରୁ ଅଭିନନ୍ଦନ କରିଥିଲେ lତତସହିତ ସମସ୍ତ ଅଭିଭାବକ ଓ ଉପସ୍ଥିତ ସଜ୍ଜନ ମଣ୍ଡଳୀ ଙ୍କୁ ଫୁଲ ଚନ୍ଦନ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ସ୍ଵାଗତ କରିଥିଲେ lପରେ ସମ୍ମାନୀତ ଅତିଥି ମାନେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରିଥିଲେ lରାଜ୍ୟ ସଭାପତି ଶ୍ରୀ ସତ୍ୟବାଦୀ ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଶିକ୍ଷା ଜରିଆରେ ନିଜର ଓ ସାମାଜିକ ପରିବର୍ତ୍ତନ କରିବା ଏବଂ ଦେଶାତ୍ମବୋଧ କୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ପାଇଁ କହିଥିଲେ l

ସେ କହିଥିଲେ ଯେ ମାତୃଦେବ ଭବ, ପିତୃଦେବ ଭବ, ଅତିଥି ଦେବ ଭବ ଏବଂ ସର୍ବୋପରି ରାଷ୍ଟ୍ରଦେବ ଭବ ମନ୍ତ୍ର କୁ ସମସ୍ତେ ଅନୁସରଣ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ lସଂସ୍କାର ସଂଯୋଜକ ଲିଙ୍ଗରାଜ ସାହୁ ପରିଷଦ ର ମେଧାବୃତ୍ତି ବିବରଣୀ ରଖିଥିଲେ ଓ ବୃତ୍ତି ପାଇବାକୁ଼ ଯୋଗ୍ୟ ବିବେଚିତ ୧୭ ଜଣ ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିଲେ l ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ମେଧା ବୃତ୍ତି ସମ୍ମାନ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ତତ୍ ସହିତ ବୃତ୍ତି ଅର୍ଥ ଛାତ୍ରଛାତ୍ରୀ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ରେ ପ୍ରଦାନ କରାଯାଇଥିଲା l2024 ମସିହାରୁ ଏହି ମେଧାବୃତ୍ତି ପ୍ରତିବର୍ଷ ଦିଆଯାଉଅଛି ଏବଂ ଜଣେ ବିଦ୍ୟାର୍ଥୀ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ, ତିନିବର୍ଷ ପର୍ଯ୍ୟନ୍ତ ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଶ୍ରୀ ସାହୁ କହିଥିଲେ lମୂଖ୍ୟ ବକ୍ତା ତଥା ଅନ୍ୟତମ ସମ୍ମାନିତ ଅତିଥି କ୍ଷେତ୍ରୀୟ ମହା ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଉଦବୋଧନ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଗୁରୁଭକ୍ତି କରିବା ଏବଂ ଗୁରୁଙ୍କ ଆଶୀର୍ବାଦ ପାଇବାକୁ ସଦାସର୍ବଦା ଲାଳାୟିତ ହେବା ଉଚିତ୍ lଦେଶକୁ ଭଲ ପାଇବା, ଦେଶ ବିଷୟରେ ଭ୍ରମାତ୍ମକ କଥା ମୂଲ୍ୟାଙ୍କନ କରିବା, ସମାଜରେ ସମରସତା ଭାବ ନିଜେ ଆଚରଣ ରେ ଆଣିବା ସହିତ ସମାଜରେ ସମରସତା ଜାଗରଣ କରିବା, ସ୍ଵଦେଶୀ ମନୋଭାବ ପୋଷଣ କରିବା ସହ ସ୍ଥାନୀୟ ଉତ୍ପାଦନ କିଣିବା, ବ୍ୟବହାର କରି ଦେଶକୁ ଆର୍ଥିକ ଭାବରେ ସଶକ୍ତ କରିବାର ସୁଯୋଗ ଛାତ୍ରଛାତ୍ରୀ ମାନେ କରିପାରିବେ ବୋଲି କହିଥିଲେ l “ବିଦ୍ୟା ଦଦାତି ବିନୟ” ତେଣୁ ଛାତ୍ରଛାତ୍ରୀମାନଙ୍କୁ ବିନୟ ଭାବ ଆଚରଣ କରିବାକୁ ଉପଦେଶ ଦେଇଥିଲେ lଶେଷରେ ଶାଖା ସଭାପତି ସୀମାଞ୍ଚଳ ଦାଶ ରାଜ୍ଯ ସଭାପତି ସତ୍ୟବାଦୀ ଦାଶ ଏବଂ କ୍ଷେତ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଙ୍କୁ ସେମାନଙ୍କ ସାମାଜିକ କ୍ଷେତ୍ରରେ ଯୋଗଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ବ୍ରହ୍ମପୁର ଶାଖା ତରଫରୁ ଦୁଇଜଣ ଙ୍କ ଉଦ୍ଧେଶ୍ୟ ରେ ମାନପତ୍ର ପାଠ କରିବା ସହିତ ଅତିଥିମାନଙ୍କୁ ଙ୍କୁ ମାନପତ୍ର ଦେଇ ସମ୍ମାନୀତ ଓ ସମ୍ବର୍ଦ୍ଧନା କରିଥିଲେ lଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା lଜି. ଶିବରାମ ରେଡ୍ଡୀଶାଖା ସମ୍ପାଦକ BVP, ବ୍ରହ୍ମପୁର ଶାଖା l

Leave a Reply

Your email address will not be published. Required fields are marked *