ପୁରୀ ପାନ୍ଥନିବାସ ନିକଟରୁ ନାଗନାଗୁଣୀ ଉଦ୍ଧାର।
ପୁରୀ ପାନ୍ଥନିବାସ ନିକଟରୁ ନାଗନାଗୁଣୀ ଉଦ୍ଧାର। ନାଗର ଲମ୍ବ ପ୍ରାୟ ୪ ଫୁଟ ୫ ଇଞ୍ଚ ହୋଇଥିବା ବେଳେ ନାଗୁଣିର ଲମ୍ବ ପ୍ରାୟ ୫ଫୁଟ ରହିଛି। ଉଭୟ ନାଗ ନାଗୁଣୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ ସଂଗ୍ରାମ ଦାସ। ବିଶେଷ ଭାବେ ଶୀତ ରୁତୁ ସାପ ମାନଙ୍କର ପ୍ରଜନନ ସମୟ। ଏଣୁ ସେମାନେ ଥଣ୍ଡା ଏବଂ ସୁରକ୍ଷିତ ସ୍ଥାନ ଖୋଜିଥାନ୍ତି। ଉପଯୁକ୍ତ ସ୍ଥାନରେ ରହି ଅଣ୍ଡାଦାନ କରିଥାନ୍ତି। ପୁରୀର ବିଭିନ୍ନ ସ୍ଥାନରେ ନାଗ ସାପ ବଂଶ ବିସ୍ତାର କରିଥାନ୍ତି। ଯଦି କୌଣସି ସ୍ଥାନରେ ନାଗ ନାଗୁଣୀ ଦେଖୁଛନ୍ତି ସେମାନଙ୍କୁ ନମାରି ସ୍ନେକ ହେଲ୍ପଲାଇନ ନମ୍ୱରକୁ ସୂଚନା ଦିଅନ୍ତୁ ବୋଲି କହିଛନ୍ତି ସଂଗ୍ରାମ।
