ଗୋରେଖନାଥ ହୁଣ୍ଡିରୁ ୧୫ ଲକ୍ଷ ୮୯ ହଜାର ଆୟ

ଗୋରେଖନାଥ ହୁଣ୍ଡିରୁ ୧୫ ଲକ୍ଷ ୮୯ ହଜାର ଆୟ ରଘୁନାଥପୁର ତା ୨୩/ ୨ ( )ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରାକେରା ଗ୍ରାମରେ ବାବା ଗୋରେଖନାଥପୀଠ ରେ ଆଜି ୨ ଗୋଟି ହୁଣ୍ଡି ଖୋଲାଯାଇ ହୁଣ୍ଡିରୁ ୧୫ ଲକ୍ଷ ୮୯ ହଜାରେ ୪ଶହ ୫୦ଟଙ୍କା ଆୟ ହୋଇଛି। ଉକ୍ତ ଟଙ୍କା କୁ ଗୋରେଖନାଥ ଜମା ଖାତା ରେ ଜମା କରାଯଇଅଛି।ପ୍ରକାଶ ଥାଉକି ଗୋରେଖନାଥ ଙ୍କ ୭ ଗୋଟି ଦାନ ହୁଣ୍ଡି ବାକ୍ସ ରହିଛି ୩ ଦିନ ହୁଣ୍ଡିବାକ୍ସଖୋଲାଯିବ ଆଜି ପ୍ରଥମ ଦିନରେ ୨ ଗୋଟି ହୁଣ୍ଡି ବାକ୍ସ ଖୋଲାଯାଇଛି।

ଏହି ୨ ଗୋଟି ଦାନହୁଣ୍ଡି ବାକ୍ସ ରୁ ୧୫ ଲକ୍ଷ ୮୯ ହଜାର ୪ଶହ ୫୦ ଟଙ୍କା ବ୍ୟଙ୍କ ରେ ଜମା କରାଯଇଛି। ପ୍ରଯ୍ୟାୟ କ୍ରମେ ସବୁ ହୁଣ୍ଡି ଖୋଲାଯାଇ ଗଣତି ପରେ ବ୍ୟଙ୍କ ରେ ଜମା କରାଯିବା ବୋଲି ଗୋରେଖନାଥ ମନ୍ଦିର କାଯ୍ୟନିର୍ବାହୀ ସୌଜ ରଞ୍ଜନ ପରିଜା ପ୍ରକାଶ କରିଛନ୍ତି। ଦାନ ହୁଣ୍ଡି ଗଣତି ସମୟରେ ରେ ଗୋରେଖ ନାଥ କାଯ୍ୟ ନିର୍ବାହୀ ଅଧିକାରୀ,ତିର୍ତୋଲ ପୋଲିସ , ଦେବତ୍ତର ନିରୀକ୍ଷକ ପ୍ରଦୀପ୍ତ ସାହୁ,ମନ୍ଦିର ଉପଦେଷ୍ଟା ସଭ୍ୟ ସୁଶାନ୍ତ ଦାଶ, ପ୍ରମୋଦ ମହାନ୍ତି,ସୁରେନ୍ଦ୍ର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ ଙ୍କ ଉପସ୍ଥିତ ରେ ଜଗତସିଂହପୁର ଜିଲ୍ଲା ଓ ରଘୁନାଥପୁର ତହସିଲ ର କର୍ମଚାରୀ ମାନେ ଯୋଗ ଦେଇ ଗଣତି ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *