ଚିତ୍ତରଞ୍ଜନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ
ଚିତ୍ତରଞ୍ଜନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ
ରଘୁନାଥପୁର ୨୩/୨() ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଲିପୁର ସ୍ଥିତ ମହେଶ୍ୱର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଗତ କାଲି ଚିତ୍ତରଞ୍ଜନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣ।ମେଣ୍ଟ ରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରି ଥିବାବେଳେ ଗତ କାଲି ଫାଇନାଲ ମ୍ୟାଚରେ ହ୍ଵାଇଟ ଗାଲେକ୍ସୀ କିଶନନଗର ସହ
ପଏଜନ୍ ଇଲେଭେନ୍ ଗୁଆଲିପୂର୍ ଖେଳ ହୋଇଥଲା ହ୍ବାଇଟ ଗଲେକ୍ସୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ଓଭର ରେ ୫୨ରନ କରି ଅଲ ଆଉଟ୍ ହୋଇଯାଇଥିଲା ୫୩ରନ ଲକ୍ଷ୍ୟ କୁ ମାତ୍ର ୫ଓଭରରେ ପଏଜନ ଇଲେଭେନ୍ ପୂରଣ କରି ଚାମ୍ପିଅନ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସଚ ରେ ବରିଷ୍ଠ ସମାଜସେବୀ ଜ୍ଞାନରଞ୍ଜନ ପଟ୍ଟନାୟକ , ବିଜେପି ନେତା ରାଜକିଶୋର ବେହେରା, ସାଂସଦ ପ୍ରତିନିଧି ଗଗନ ଚନ୍ଦ୍ର ଦାଶ, ବନୋଜ ନାୟକ, ସ୍ଵରାଜ ସାମଲ, ଅଶୋକ ମହାରଣା, ଅସିତ ମହାରଣା ପ୍ରମୁଖ ଯୋଗ ଦେଇ ଚମ୍ପିୟାନ। ପଏଜନ ଇଲେ ଭେନ୍ ଗୁଆଲିପୁର୍ ଦଳ କୁ ଟ୍ରଫି ସହ ୧୮ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିବା ସହ ରନର୍ସ ଦଳ ହ୍ୱାଇଟ ଗଲେକ୍ସି ଦଳକୁ ଟ୍ରଫି ସହ ୧୨୦୦୦ ଟଙ୍କାର ଅର୍ଥ ରାଶି ପ୍ରଦାନ କରଯାଇଥିଲା ଶ୍ରେଷ୍ଠ ଖେଳାଳୀ ଭାବେ ଅଂଶୁ ମହାନ୍ତିଙ୍କୁ ମ୍ୟାନ ଅଫ୍ ଦି ସିରିଜ ଭାବେ ଏକ ସାଇକେଲ ପ୍ରଦାନ କରଯାଇଥିଲା। ଗୁଆଳିପୂର୍ ଗ୍ରାମର ସମସ୍ତ ପିଲା ଏହି ଖେଳରେ ସହଯୋଗ କରିଥିଲେ
