ଜିଗିନାଗାଁ ଠାରେ ବିଶ୍ୱଶାନ୍ତି ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ।

ଟିକାବାଲି,୨୩/୨୫/୨୦୨୬ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ କଈଁଝର ପଞ୍ଚାୟତ ଜିଗିନାଗାଁ ଗ୍ରାମରେ ପୂଜ୍ୟଗୁରୁ ଗୁପ୍ତେଶ୍ୱର କହଁର ଙ୍କ ପରିଚାଳିତ ଗୌରଭକ୍ତ ଏକତ୍ରିକରଣ କମିଟି ତରଫରୁ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତହୋଇଯାଇଛି। ଏଥିରେ ୫୩ ଥଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ଥିବାବେଳେ ପ୍ରଥମ ଦିନରେ ନଦୀ ରୁ ଜଳ ଆଣି ଚତୁର୍ପାର୍ଶ୍ୱରେ ସ୍ଥାପନ କରାଯାଇଥିଲା । ଦ୍ୱିତୀୟ ଦିନରେ ନାମ ଆରମ୍ଭ କରାଯାଇ ପଞ୍ଚମ ଦିନରେ ଶେଷ ହୋଇଥିଲା। ଏଥିରେ ନାମଯଜ୍ଞ,ଘୃତଯଜ୍ଞ, ଜପଯଜ୍ଞ,ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଥିବା ସହ ବହୁ ସାଧୁସନ୍ଥ ଓ ଧାର୍ମିକ ବ୍ୟକ୍ତି ତଥା ଦୂରଦୂରାନ୍ତରୁ ବହୁ ସଂଖ୍ୟା ରେ ଆସିଥିବା ଦେଖିବାକୁ ମିଳିଥିଲା । ଏହି ଯଜ୍ଞକୁ ପୁରୋହିତ ଭାବେ ଜଗବନ୍ଧୁଦାସ ପୂଜାପାଠ କରିଥିବା ବେଳେ ପ୍ରମୋଦଦାସ, ରାକେଶ ସହଯୋଗ କରିଥିଲେ। ଯଜମାନ ରୂପେ ସନାତନକହଁର, ଅନିତାକହଁର, ସୁବଳକହଁର, ଶର୍ମିଳା କହଁର ଉପସ୍ଥିତ ରହିଥିଲେ। ଶେଷରେ ଧର୍ମସଭା କରାଯାଇଥିଲା ସେଥିରେ ପ୍ରବଚକ ଗୁରୁ ଗୁପ୍ତେଶ୍ୱର କହଁର, ବାନପ୍ରସ୍ତି ଆଶ୍ରମ ଗୁଟିଙ୍ଗିଆର ପ୍ରେମାନନ୍ଦ କହଁର, ପାଞ୍ଚୁଦେବକଟା, ଫୁଲବାଣୀ ହନୁମାନ ସାଧକ ବନମାଳୀ ପଟ୍ଟନାୟକ, ରାଇଖୋଲ ର ପୃଥ୍ୱୀରାଜ କହଁର, ଚକାପାଦ ଗୁରୁକୁଳ ଆଶ୍ରମ ପଣ୍ଡିତ ଜଗବନ୍ଧୁ ଦାସ,ବାତାଭୂଇଁ ବିଶ୍ଵନାଥ କହଁର,ଗୋବିନ୍ଦ ଚନ୍ଦ୍ର ବାନପ୍ରସ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଭାବେ ପୂର୍ବତନ ସରପଞ୍ଚ ପ୍ରକାଶ କହଁର,ସମିତି ସଭ୍ୟା ନମିତା କହଁର, ଶିକ୍ଷକ ଶୁକମୁନି ଦିଗାଲ,ୱାର୍ଡମେମ୍ବର ମାମାଲି ବାଘ,ଯଜ୍ଞ ସମ୍ପାଦକ ବଳି କହଁର, ଆଶାକର୍ମୀ ସାବିତ୍ରୀ ମଲ୍ଲିକ, ଗ୍ରାମର ଶିକ୍ଷକ ମନୋଜ ଦିଗାଲ, ଅଜିବନ କହଁର ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ ଯଜ୍ଞ ସଭାପତି ପ୍ରଭାକର କହଁର, ଉପସଭାପତି ଶଶୀଭୁଷଣ କହଁର, ସମ୍ପାଦକ ପୁରୁଷୋତ୍ତମ କହଁର, ସହସମ୍ପାଦକ ଦୁର୍ଯ୍ୟୋଧନ କହଁର, କୋଷାଧକ୍ଷ ସନାତନ କହଁର, ଉପଦେଷ୍ଟା ବିରଞ୍ଚି କହଁର କାର୍ଯ୍ୟ ତୁଲାଇଥିଲେ ଏବଂ ରମେଶ କହଁର, ଅଙ୍ଗଦ କହଁର, ସୁଜିତ କହଁର, ସାନ୍ତୁନୁ କହଁର, ଅନାମ କହଁର ଙ୍କ ସହ ଗ୍ରାମର ପୁରୁଷ, ମହିଳା ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *