ଠୁରୁବୁରାଇରେ ଶ୍ରୀ ଶ୍ରୀ ଗୋପୀନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ,ସମାଜସେବୀ ଓ ରାଜନେତାଙ୍କୁ ଭବ୍ଯ ସମ୍ଭର୍ଦ୍ଧନା ।

ଶେରଗଡ :୨୪/୦୨/୨୬ ; ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଅନ୍ତର୍ଗତ ଠୁରୁବୁରାଇ ଗ୍ରାମରେ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ଗତ ୪ଦିନ ଧରି ଚାଲିଆସୁଛି । ବହୁ ପୁରାତନ ମନ୍ଦିରର ହେତୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ବେଳେ ହୋମଯଜ୍ଞ ,ନାମଯଜ୍ଞ ସଂକୀର୍ତ୍ତନ ସହ ଅନ୍ନଯଜ୍ଞ କରାଯାଇଆସୁଅଛି । ବଡ଼ ଧୁମଧାମରେ ମନ୍ଦିର ପ୍ରତିଷ୍ଠା କରାଯିବ ବେଳେ ଭକ୍ତିଭାବନାରେ ଥିବା ସମାଜସେବୀ ଓ ରାଜନେତାଙ୍କୁ ମଧ୍ୟ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ପ୍ରସାଦ ସେବନ କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ବେଳେ ସେ ଧର୍ମକାର୍ଯ୍ୟ ହେଉ ବା ମହତକାର୍ଯ୍ୟ ହେଉ ଲୋକଙ୍କ ପାଖରେ ରହିବା ଉଚିତ ବୋଲି ସମାଜସେବୀ ପଣ୍ଡା ମତ ପ୍ରକାଶ କରିଛନ୍ତି । ସେ ଦୁଃଖରେ ହେଉ ବା ସୁଖରେ ହେଉ କିମ୍ବା ଲୋକଙ୍କ ସ୍ବାର୍ଥରେ ହେଉ ସବୁବେଳେ ମାନବସେବା କରିବା ପାଇଁ ତାଙ୍କର ଆଗ୍ରହ ରଖିଥିବା ଲକ୍ଷ୍ୟ ରଖିଛନ୍ତି । ସେ ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳର ଜଣେ ଯୁବନେତା ତଥା ସମାଜସେବୀ ବେଳେ ତାଙ୍କ ନାମ ଅମ୍ବିକା ପ୍ରସାଦ ପଣ୍ଡା ଅଟନ୍ତି । ସେ ଏହି ଅଞ୍ଚଳରେ ଜଣେ ସମାଜସେବୀ ଭାବେ ଅତି ପରିଚିତ ଓ ପ୍ରିୟପାତ୍ର ଅଟନ୍ତି । ସେହିଭଳି ଜଣେ ସୁଦକ୍ଷ ଯୁବନେତା ଭାବେ ଜୈନିକ ସାଂସଦଙ୍କ ନିକଟତମ ଅଛନ୍ତି । କହିବାକୁ ଗଲେ ଯଦି ଲୋକଙ୍କ ଭିଡ ହୋଇଛି ବୋଲି ଏହି ଅଞ୍ଚଳରେ ଦେଖାଯାଏ ତେବେ ସେଠାରେ ଅମ୍ବିକା ଭାଇ ଅଛି ବୋଲି ସ୍ଳୋଗାନରୁ ହିଁ କେବଳ ଶୁଣାଯାଏ ।ଖବରମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଅନ୍ତର୍ଗତ ଠୁରୁବୁରାଇ ଗୋପୀନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ଚାଲିଛି । ଯୁବନେତା ତଥା ସମାଜସେବୀ ଅମ୍ବିକା ପ୍ରସାଦ ପଣ୍ଡା ସ୍ଥାନୀୟ ଅଞ୍ଚଳର ମହନ୍ତ ଶ୍ରୀ ପରମାନନ୍ଦ ଦାସ ଜୀ ମହାରାଜ , ବ୍ଳକ ଅଧ୍ୟକ୍ଷା ସ୍ବରସ୍ବତୀ ସେଠି , ସରପଞ୍ଚ ନିଳାଞ୍ଚଳ ପାଣିଗ୍ରାହୀ , ସରପଞ୍ଚ ସୁରେଶ କୁମାର ବରଡ଼ , ଗୀରିଧର ପାଢ଼ୀ , ସମାଜସେବୀ ପ୍ରମୋଦ କୁମାର ପାଣିଗ୍ରାହୀ , ସାମ୍ବାଦିକ ନିମାଇଁ ଚରଣ ପଣ୍ଡା ପ୍ରମୁଖଙ୍କ ସମତେ ୩୦ରୁ ଉର୍ଦ୍ଧ୍ବ ବିଭିନ୍ନ ରାଜନୈତିକ ଦଳର ଜନପ୍ରିୟ ଜନପ୍ରତିନିଧିଙ୍କୁ ଠୁରୁବୁରାଇ ଗ୍ରାମବାସୀ ମାନେ ବାଜାବାଜଣା ବଜାଇ ଭବ୍ଯ ସ୍ବାଗତ କରିଥିଲେ । ଠୁରୁବୁରାଇ ଗ୍ରାମର ସରପଞ୍ଚ ଶିଲୁ ଆଚାରୀ ସାମ୍ବାଦିକ ନିମାଇଁ ଚରଣ ପଣ୍ଡା , ସାମ୍ବାଦିକ ରାମକୃଷ୍ଣ ପାଣି , ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମନ୍ତରାୟ , ସାମ୍ବାଦିକ ରଂଜିତ କୁମାର ପୋଲାଇଙ୍କୁ ମଧ୍ୟ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ନିମନ୍ତ୍ରିତ ଅତିଥିଙ୍କୁ ପୁଷ୍ପ ବୃଷ୍ଟି ସହ ଉତ୍ତରୀୟ ଦେଇ ଘଣ୍ଟ ମୃଦଙ୍ଗ ତାଳ ବଜାଇ ମନ୍ଦିର ପ୍ରତିଷ୍ଠା ସ୍ଥାନ ଓ ହୋମଯଜ୍ଞ ସ୍ଥଳକୁ ପାଛୋଟି ନେଇଥିଲେ । ପରେ ପରେ ପ୍ରସାଦ ସେବନ କରିବା ପାଇଁ ଅନୁରୋଧ କରିଥିଲେ । ଯୁବନେତା ଅମ୍ବିକା ପଣ୍ଡା ଜଣେ ଲୋକଙ୍କ ପାଇଁ ପ୍ରିୟପାତ୍ର ସହ ଅତି ନିକଟତର ହୋଇଥିବା ପରିବେଶ ଦେଖିବା ମିଳିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ଯେଉଁଠି ମନ୍ଦିର ପ୍ରତିଷ୍ଠା ହୁଏ ସେଠାରେ ତାଙ୍କୁ ସେଠାରେ ଅମ୍ବିକା ପଣ୍ଡାଙ୍କୁ ଦେଖିବା ମିଳେ । ଯେଉଁଠି ଲୋକଙ୍କୁ ସହଯୋଗ ଓ ସହାୟତା ଦରକାର ପଡେ ସେଠାରେ ତାଙ୍କର ପହଞ୍ଚିବା ସହ ଉକ୍ତ ବ୍ୟକ୍ତିଙ୍କୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜନହିତକର ଏବଂ ବିଜେପି ଦଳର ଅନେକ ଛୋଟ ବଡ କାର୍ଯ୍ୟକ୍ରମରେ ଦେଖିବା ପାଇଁ ମିଳେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାରେ ମିଳୁଛି । ଆଗାମୀ ଦିନରେ ବିଜେପି ଦଳର ପଣ୍ଡାଙ୍କୁ ନେଇ ହିଞ୍ଜିଳି ରାଜନୀତିରେ ବିଶେଷ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ଣ୍ଣାୟକ ରୁପେ ଗ୍ରହଣ କରିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *