ଓଡିଶା କୃଷକସଭାର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ଗଣ ଧାରଣା

ବ୍ରହ୍ମପୁର 24.2.2026ରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦିଗପହଣ୍ଡି ତହସିଲରେ ଭାଗଚାଷୀଙ୍କ ଜମି ବେଆଇନ ଭାବେ ପଟ୍ଟା ଦେବାତଦନ୍ତ କରିବା ଓ଼ ଭାଗଚାଷୀଙ୍କ ଅଧିକାର ସୁରକ୍ଷା ଦାବୀ ନେଇ ବ୍ରହ୍ମପୁର ପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣ ଧାରଣା ଓଡିଶା କୃଷକ ସଭା ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଗଣଧାରଣା ରେ ଜିଲ୍ଲା ର ବରିଷ୍ଠ କୃଷକ ନେତା କୈଳାଶ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ପି. ଶିବ ଶଙ୍କର,ଗୋପାଳ କୃଷ୍ଣ ପାଣିଗ୍ରାହୀ,ଯୋଗେଶ ଚନ୍ଦ୍ର ସାହୁ ବିଦ୍ୟାଧର ଜେନା, ଜିଲ୍ଲା କମିଟି ସଭ୍ୟ କୂରେସୁ ପଣ୍ଡା,ସୁଶାନ୍ତ ଷଡ଼ଙ୍ଗୀ,ଶଶୀ ରଥ,ବିଜୟ ବିଶୋଇ, ମଙ୍ଗଳା ଡାକୁଆ, ବାବୁଲା ନାୟକ, ପ୍ରମୁଖ ଯୋଗ ଦେଇ ଥିଲେ । ଧାରଣା ରୁ ପ୍ରତିନିଧି ମଣ୍ଡଳୀ ଡେପୁଟି-ଉପଜିଲ୍ଲାପାଳ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *