ଛତିଆ ରାଜଦଳ ମିଳନ ମହୋତ୍ସବ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ।

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଛତିଆ ଠାରେ ଛତିଆ ରାଜଦୋଳ ମିଳନ ମହୋତ୍ସବ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାୟକ ଆଭାସି ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଛତିଆ ପୁସ୍ତକ ମେଳା ଆୟଜନ କରାଯାଇଛି। ଏହି ପୁସ୍ତକ ମେଳାରେ ରାଜ୍ୟର ବହୁ ପ୍ରତିଷ୍ଠିତ ପାଠ୍ୟ ପୁସ୍ତକ ପ୍ରଦର୍ଶିତ ହୋଇଛି। ଆୟୋଜିତ ପୁସ୍ତକ ମେଳାରେ ଛତିଆ ହାଇସ୍କୁଲ,ନେଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସୋଲର ଓ ଶଶୀଦେବୀ ହାଇସ୍କୁଲ ର ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ। କୃତି ପିଲାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମ୍ନାନୀତ ଅତିଥିଭାବେ ଇଂ ଅକ୍ଷୟ ନନ୍ଦ,ମିହିର ପ୍ରତାପ ଦାସ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ,ତପନ କୁମାର ବେହେରା,ରଶ୍ମି ରଞ୍ଜନ ଷେଣ୍ଢ,ମାନସ ଦାସ, ଧୀରେନ୍ଦ୍ର ନାଥ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦ ରୁ ଉର୍ଦ୍ଧ ହସ୍ତଶିଳ୍ପ କାରିଗରମାନେ ନିଜ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ଜିନିଷ ଗୁଡ଼ିକ ବ୍ୟବସାୟ ପାଇଁ ଆଣି ପ୍ରଦର୍ଶିତ କରିଛନ୍ତି। କମିଟି ପକ୍ଷରୁ ଆବାହକ ମିହିର ପ୍ରତାପ ଦାସ,ଛତିଆ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ,ଜିଲ୍ଲା ହସ୍ତଶିଳ୍ପ ଉପ ନିର୍ଦ୍ଧେଶକ ଜ୍ୟୋତି ରଞ୍ଜନ ଜେନା,ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେଶ୍ୱର ଓଝା,ଯାଜପୁର ଜିଲ୍ଲା ବିଜେପି ଉପ ସଭାପତି ପ୍ରମୋଦ ଜେନା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ସୋଲର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ନୀଳମଣି ରାଉତ,ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଟି ସୌରି ଓ ତାଙ୍କ ସାଥିମାନେ ସଙ୍ଗୀତ ପରିବେଷଣ କରିଥିଲେ। ଏହି ମେଳା ୫ ଦିନ ଧରି ଚାଲିବା ସହିତ ପ୍ରତ୍ୟେକ ଦିନ ଓଲିଉଡ଼ର ବିଭିନ୍ନ ନାମୀ ଦାମୀ କଣ୍ଠଶିଳ୍ପୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *