ବେଆଇନ ଇଟା ଭାଟି ଉପରେ ଚଢ଼ାଉ

ଆସିକା ୨୭/୦୨/୨୬ ବେଆଇନ ଇଟା ଭାଟି ଉପରେ ଆସିକା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ ହୋଇଛି ।ଜେସିବି ସାହାଯ୍ୟରେ ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଅନ୍ତର୍ଗତ ଆଲିପୂର, ବାବନପୂର ଓ ନିରାଳ ଗ୍ରାମରେ ଥିବା ୪ଗୋଟି ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରାଯିବା ସହ ଲକ୍ଷାଧିକ ଟଙ୍କାର ପୋଡ଼ା ଇଟା ଓ ପୋଡିବା ପାଇଁ ଗଚ୍ଛିତ ଥିବା ଶୁଖିଲା କଞ୍ଚଇଟା ଭଙ୍ଗା ଯାଇଛି। ଏନେଇ ଆସିକା ତହସିଲଦାର ସଙ୍ଗୀତା ସେନ ଏବଂ କର୍ମଚାରୀଙ୍କ ସହ ଆସିକା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ବେଆଇନ ଇଟାଭାଟି ଗୁଡ଼ିକୁ ଚିହ୍ନଟ କରାଯାଇଛି । ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ଉପରେ ଚଢ଼ାଉ କରାଯାଇଛି । ତେବେ ମାଳମାଳ ବେଆଇନ ଇଟାଭାଟି ଗୁଡ଼ିକ ବିଭିନ୍ନ ଗ୍ରାମାଞ୍ଚଳରେ ମାଳମାଳ ଥିବା ବେଳେ ଆଜି ୪ ଗୋଟି ଭାଙ୍ଗିଯାଇଥିବା ଏବଂ ଆଗକୁ ବେଆଇନ ଇଟାଭାଟି ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ଅମରେଶ ସାବତଙ୍କ ସୁଚନା ରହିଛି ।

Leave a Reply

Your email address will not be published. Required fields are marked *