ମହିମା ଧର୍ମର ସାଧୁସନ୍ଥ ମାନଙ୍କର ଗୋଠିଣା ଗ୍ରାମରେ ଭିକ୍ଷା ଓ ଧର୍ମ ତତ୍ତ୍ୱ ବିଷୟରେ ଆଲୋଚନା:

ରଘୁନାଥପୁର:- ତା ୨୮/୦୨/୨୦୨୬ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋଠିଣା ମହିମା ଆଶ୍ରମରେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ତଥା ଭକ୍ତମାନଙ୍କର ଏକ ସମାବେଶ ହୋଇ ଯାଇଅଛି।ଦିବା ୧୧ ଘଟିକା ସମୟରେ ମହିମା ଧର୍ମାବଲମ୍ବୀ ବାବା ଏବଂ ସାଧୁ ମାନଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଗୋଠିଣା ଗ୍ରାମ ନିକଟସ୍ଥ ବିରାଟ କଟକ ଗ୍ରାମ ଠାରୁ ଦୀର୍ଘ ଏକ କି:ମି ଗୋଠିଣା ମହିମା ଆଶ୍ରମ ନିକଟକୁ ମହିମା ଭକ୍ତ ଓ ଗ୍ରାମବାସୀ ଙ୍କ ଦ୍ଵାରା ମହିମା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଣ୍ଡ ଭଜନ କରି ବାବା ଓ ସାଧୁସନ୍ଥ ମାନଙ୍କୁ ପାଛୋଟି ଅଣାଯାଇ ଥିଲା। ଏଠାରେ ସୂଚନା ଥାଉକି ବ୍ରହ୍ମ ଅବଧୂତ ବାବା ବେଣୁଧର ବାବା, ସନ୍ୟାସୀ ବାବା, ଲମ୍ବୋଦର ବାବା, ଅରୂପ ବାବା, ସୂର୍ଯ୍ୟମଣି ବାବା ଏବଂ ସାଧୁ ଅନନ୍ତ ଦାସ, ହୃଷୀକେଶ ଦାସ, ସୁନାକର ଦାସ, ସର୍ବେଶ୍ଵର ଦାଶ,ଘନ ଦାସ,ବ୍ୟାସ ଦାସ ପ୍ରମୁଖ ମହିମା ଧର୍ମର ତାତ୍ତ୍ୱିକ ଆଲୋଚନା ଚକ୍ରରେ ସାମୁହିକ ଭାବରେ ଉପସ୍ଥାପିତ ରହି ମହିମା ଧର୍ମର ବିଷୟରେ ମତପ୍ରକାଶ କରିଥିଲେ। ଶୁକ୍ରବାର ଦିବା ୧୨ ଘଟିକା ସମୟରେ ଜଳଖିଆ ଭିକ୍ଷା କରିଥିଲେ ଭକ୍ତ ଅଶୋକ ନାୟକଙ୍କ ଗୃହରୁ। ସାଧୁସନ୍ଥଙ୍କ ବିଶ୍ରାମ ଅନ୍ତେ ଅପରାହ୍ନ ୪ ଘଟିକା ସମୟରେ ଅବସରପ୍ରାପ୍ତ ଇଞ୍ଜିନିୟର ଭକ୍ତ ଶ୍ରୀଯୁକ୍ତ ଅଦ୍ଵୈତ ଚରଣ ମହାପାତ୍ର ଙ୍କ ବାସଭବନର ଦାଣ୍ଡରେ ସମସ୍ତ ସାଧୁସନ୍ଥ ସହିତ ଗୋଠିଣା ଗ୍ରାମ ସଂଲଗ୍ନ ଆଖପାଖ ଗ୍ରାମର ଭକ୍ତମାନେ ଅନ୍ନ ଭିକ୍ଷା ରେ ଉପସ୍ଥିତ ଥିଲେ।ତା ପରବର୍ତ୍ତୀ ଦିବସରେ ସକାଳ ୬ ଘଟିକା ସମୟରେ ଶନିବାର ସକାଳ ଜଳଖିଆ ଭକ୍ତ ଶ୍ରୀଯୁକ୍ତ ବୈଷ୍ଣବ ଦାସ, ମହେନ୍ଦ୍ର ଦାସ ଙ୍କ ଗୃହରେ ହୋଇଥିବା ବେଳେ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନ୍ନ ଭିକ୍ଷା ଭକ୍ତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ନାୟକ ଓ ପ୍ରତାପ ନାୟକ ଙ୍କ ଗୃହରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରକାଶ ଥାଉ କି ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଭକ୍ତ ଶ୍ରୀ ଅମୂଲ୍ୟ ଚନ୍ଦ୍ରକାନ୍ତ ମହାପାତ୍ର, ଅଜୟ କୁମାର ବାରିକ, ପବିତ୍ର ନାୟକ,ମଦନ ମହାପାତ୍ର,ଗୁନିଆ ଦାସ, ବରଦା କାନ୍ତ ଦାସ, ବିନୋଦ ମହାପାତ୍ର ଏବଂ ପ୍ରଶନ୍ନ ସ୍ୱାଇଁ, ଭକ୍ତ ଚିନ୍ମୟ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଭକ୍ତ ପ୍ରଭାକର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।।

Leave a Reply

Your email address will not be published. Required fields are marked *