ସରକାରୀ ବାବୁଙ୍କ ଅବହେଳା ପାଣି ପାଇଁ ହନ୍ତସନ୍ତ ବିଲାବଡ଼ି ଗ୍ରାମବାସୀ ।
ଚକାପାଦ: ୨୭/ ୦୨/୨୬ ଚକାପାଦ ବ୍ଲକ୍ ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ ଅଧିନସ୍ଥ ବିଲାବଡି ଗ୍ରାମବାସୀ ଆଜକୁ ପ୍ରାୟ ୧୫ ଦିନ ରୁ ଉର୍ଦ୍ଧ୍ବ ହେବ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅସିତକୁମାରନନ୍ଦ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରି ନାହିଁ। ଯେହେତୁ ପାଣି ପମ୍ପରେ ସ୍ମାର୍ଟ ମିଟର ଲାଗିଛି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ପଞ୍ଚାୟତ ବିଭାଗ ପକ୍ଷରୁ ବିଲ୍ ପୈଠ କରିବା ଆବଶ୍ୟକ କିନ୍ତୁ ପଞ୍ଚାୟତ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ବିଲାବଡି ଗ୍ରାମବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ସରୋଜ କୁମାର ବେହେରା ଙ୍କୁ ପଚାରିବାରୁ ସେ କହିଲେ ମୁଁ ଫେବୃୟାରୀ ୧୭ ତାରିଖ ରେ ହିଁ ବକେୟା ବିଦ୍ୟୁତ୍ ବିଲପୈଠ କରି ସାରିଛି, ତାସତ୍ତ୍ୱେ ଯଦି ପାଣି ଆସୁନି ତାହେଲେ ତୁମେ ଚକାପାଦ ବିଡ଼ିଓ ହୃଦରଞ୍ଜନ ସାହୁ ଙ୍କ ନିକଟ ରେ ଅଭିଯୋଗ କର ବୋଲି ନିଜମୁଣ୍ଡରୁ ଦୋଷ ଓହ୍ଲେଇ ଦେଇଛନ୍ତି। କିନ୍ତୁ ବିଦ୍ୟୁତ୍ ବିଲପୈଠ କରିବା ର ରସିଦ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଙ୍କ ନିକଟରେ ପୈଠକରି ନାହାନ୍ତି ବୋଲି ବିଦ୍ୟୁତ୍ କର୍ମଚାରୀ କହିଛନ୍ତି । ଯଦି ଯଥାଶୀଘ୍ର ପିଇବାପାଣି ର ବ୍ୟବସ୍ଥା କରାନଯାଏ ତେବେ ଗ୍ରାମବାସୀ ହଣ୍ଡାମାଠିଆ ଧରି ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଯଦି ବ୍ଲକ, ବିଦ୍ୟୁତ୍ ବିଭାଗ,ଓ ପଞ୍ଚୟତକାର୍ଯ୍ୟଳୟ କର୍ତ୍ତବ୍ୟରେ ହେଳ। କରନ୍ତି ତାହାର ପରିଣାମ ସାଧାରଣ ଜନତା କୁ ଭୋଗିବାକୁ ପଡୁଛି। ସରକାର ବିଭିନ୍ନ ଯୋଜନା ଯଥା ନିୟମିତ ପାନୀୟ ଜଳ ଯୋଜନା (୨୪x୭) କରି ପ୍ରତିଘରେ ବିଶୁଦ୍ଧ ପାନୀୟ ଜଳ ଯୋଜନା କରିଛନ୍ତି ,ତାହା ଏବେ ଫେଲ୍ ମାରିବା ସଦୃଶମନେ ହେଉଅଛି। ମୁଟା ଅଙ୍କରେ ଦରମା ପାଉଥିବା ସରକାରୀ ବାବୁ ନିଜ କର୍ତ୍ତବ୍ୟ ଅବହେଳା ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେବାରେ ଦୃଶ୍ୟମାନ ହେଉଅଛି ।
