କୋଦଳାକୁ ସବ୍ ଡିଭିଜନ ମାନ୍ଯତା ଦାବି,ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ ।

କୋଦଳା ୨୮/୦୨/୨୬ ; ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ସର୍ବ ପୁରାତନ ତହସିଲ ।୧୦୦ ବର୍ଷ ତଳର ଏହି ପୁରୁଣା ତହସିଲକୁ ରାଜସ୍ବ ଉପଖଣ୍ଡର ମାନ୍ଯତା ଦାବି କରୁଛନ୍ତି ଅଞ୍ଚଳବାସୀ। ଏହାକୁ ନେଇ ଗଠିତ ହୋଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ। ମଞ୍ଚ ପକ୍ଷରୁ ଏନେଇ ତହସିଲର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଏନେଇ ଏକ ସ୍ମାରକ ପତ୍ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। କୋଦଳା ସ୍ଥିତ ବାବା ଦଣ୍ଡିଶ୍ଵର ମନ୍ଦିର ପୀଠରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି କୋଦଳା ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପରେ ଏକ ସ୍ମାରକ ପତ୍ର କୋଦଳା ତହସିଲଦାର ସଶ୍ମିତା ଶତପଥୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜ୍ୟ ମୁଖ୍ଯ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳ, କୋଦଳା ତହସିଲଦାରଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। କୋଦଳାକୁ ସବ୍ ଡିଭିଜନ ମାନ୍ଯତା ପ୍ରଦାନ କରାଯିବା ପର୍ଯ୍ୟନ୍ତ ଏହି ଅଭିଯାନ ମଞ୍ଚ ପକ୍ଷରୁ ଜାରି ରହିବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମରେ ଆବାହକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, କୋଦଳା ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦୋରା ,ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଶ୍ରୀ ଗଣେଷ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ,ଆଇନଜୀବୀ ମୀରାବାଈ ଦେଓ, କୋଦଳା ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠିଙ୍କ ସମେତ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *