ସାନପାଟେଣା ରେ ପଞ୍ଚସଖା ପକ୍ଷରୁ ୩୬ତମ ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ।

ରଘୁନାଥପୁର ତା ୨୮/୮——ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ସାନପାଟଣା ଗ୍ରାମରେ ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ପଞ୍ଚସଖା ସଂଗଠନ ଦ୍ଵାରା ୩୬ତମ ଅଷ୍ଟମପ୍ରହର ନାମଯଜ୍ଞ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶୁକ୍ରବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକ ବିରାଟ ପଟୁଆର ରେ ସିର୍ଲୋସ୍ଥିତ ପାଣ୍ଡବଘାଟରୁ ଜଳଆଣି କଳସଯାତ୍ରା କରାଯିବା ସହ ଏହାର ସୁବାଧିବାସ କରାଯାଇଥିଲା।ଶନିବାର ପ୍ରାତଃରୁ ନାମଜଜ୍ଞ ଆରମ୍ଭ କରାଯାଇ ରବିବାର ସକାଳେ ଏହାର ନଗରକିର୍ତ୍ତନ କରାଯାଇଛି।ଏହି ନାମଯଜ୍ଞରେ ଅଞ୍ଚଳର ପ୍ରାୟ ୧୦ରୁ ଅଧିକ ସଂକିର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ।ସନ୍ଧ୍ୟାରେ ଆଖପାଖ ଗ୍ରାମର ଶହଶହ ଜନସାଧାରଣ ଏଠାରେ ପହଞ୍ଚି ହରିନାମସୁଧାରସ ପାନକରିବାସହ ପ୍ରସାଦ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମ ଟି ସାନପାଟଣା ଗ୍ରାମବାସୀ ଙ୍କ ସମ୍ପୂର୍ଣ ସହଯୋଗରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ।ଏହି ନାମଜଜ୍ଞ ଅନୁଷ୍ଠିତ ରେ ଜଗନ୍ନାଥପୁର ଅଞ୍ଚଳ ଏକ ପ୍ରକାର ଉତ୍ସବମୁଖର ହୋଇଉଠିଛି।

Leave a Reply

Your email address will not be published. Required fields are marked *