ଜାତୀୟ ବିଜ୍ଞାନ ଦିବସ ଅବସରରେ ଗଣିତ ଏବଂ ବିଜ୍ଞାନ ମେଳା
ଗଣିଆ -ଜାତୀୟ ବିଜ୍ଞାନ ଦିବସ ଅବସରରେ ଗଣିଆର ଏକମାତ୍ର ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ସର୍କଲ ସ୍ତରୀୟ ଗଣିତ ଏବଂ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଆରସିସି ବିନୋଦିନୀ ପଣ୍ଡା, ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ,ବିଜ୍ଞାନ ଶିକ୍ଷକ ରାଜକିଶୋର ସାହୁ, ପରିଚାଳନା କମିଟିର ସଭାପତି ସମୀର କୁମାର ସାହୁ,ଉପସଭାପତି ସଶ୍ମିତା ଗଡ଼ନାୟକ,ଆଡକଟା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ଜାତି ପାଇଁ ବୈଜ୍ଞାନିକ ମାନଙ୍କର ଅବଦାନ ଅତୁଳନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଗଣିତ ଏବଂ ବିଜ୍ଞାନ ଶ୍ରେଣୀ ଗୃହ ମଧ୍ୟରେ ସୀମିତ ନରହି ପ୍ରାକ୍ଟିକାଲ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ଅଭିବୃଦ୍ଧି ଘଟି ପାରିବ ବୋଲି ସେମାନେ ପ୍ରକାଶ କରିଥିଲେ । ପ୍ରତ୍ୟେକ ବର୍ଷ ଫେବ୍ରୁଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଥିବାରୁ ଛାତ୍ର ଛାତ୍ରୀ ମାନେ ପ୍ରାୟ ୧୫ରୁ ଅଧିକ ଗଣିତ ଏବଂ ବିଜ୍ଞାନ ଷ୍ଟଲ ପ୍ରଦର୍ଶନ କରିଥିଲେ । ବିଚାରକ ମାନଙ୍କ ଦ୍ଵାରା ଶ୍ରେଷ୍ଠ ୩ଟି ପ୍ରକଳ୍ପକୁ ମନୋନୀତ କରାଯାଇ ପୁରସ୍କାର ବଣ୍ଟନ କରାଯାଇଥିଲା ।
