ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ବାର୍ଷିକ ସମାରୋହ

କାକଟପୁର,୨୮/୦୨- ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି କାକଟପୁର ପକ୍ଷରୁ ରାମକୃଷ୍ଣ ଶିଶୁ ଶିକ୍ଷା ମନ୍ଦିର ସଭାଗୃହରେ ବାର୍ଷିକ ସମାରୋହ ଉତ୍ସବ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୈଜନ୍ୟରେ ପାଳିତ ହୋଇଯାଇଛି। ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସ୍ବପ୍ଲେଶ୍ବର ସାହୁ ସମ୍ପାଦକୀୟ ବିବରଣୀରେ ଦିବଂଗତ ସ୍ବାଧୂନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ଦାଶ, ଅଭିମନ୍ୟୁ ମୁଦୁଲି ଓ ବ୍ରହ୍ମାନନ୍ଦ କରଙ୍କ ପ୍ରଚେଷ୍ଟାରେ ୩୮ବର୍ଷ ତଳେ ଗଠନ କରାଯାଇଥ‌ିବା ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ଇତିବୃତ୍ତା ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟ ବକ୍ତା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ସମ୍ମାନୀତ ବକ୍ତା ଓଡ଼ିଶା ଲେଖକ ସମବାୟ ସମିତିର ସଭାପତି ପୀତବାସ ରାଉତରାୟ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ପ୍ରଭାତ ତରାଇ ପ୍ରମୁଖ ଯୋଗଦେଇ ଥିଲେ । ଅତିମାନଙ୍କ କରକମଳରେ ଐତିହାସିକ ଲବଣ ସତ୍ୟାଗ୍ରହ ପୁସ୍ତକ ଉନ୍ମୋଚନ କରାଯାଇ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ୫ଜଣ ବ୍ୟକ୍ତିଙ୍କୁ ମାନପ‌ତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠାନର ପୂର୍ବତନ ସମ୍ପାଦକ ନିରୋଦ ବରନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *