ସରିଲା ଛତିଆରେ ରାଜ ଦୋଳ ମିଳନ।

ସରିଲା ଛତିଆରେ ରାଜ ଦୋଳ ମିଳନ। ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଛତିଆ ଠାରେ ଆଜି ପାରମ୍ପରିକ ଭାବେ ରାଜ ଦୋଳ ମିଳନ ଉତ୍ସବ ଭକ୍ତି ଓ ଭାବବିହୋଳ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଖପାଖ ଅଞ୍ଚଳରୁ ୫୦ ବିଭାନ ପାରମ୍ପରିକ କୀର୍ତ୍ତନ,ଘଣ୍ଟ, ବାଜା ବାଣ ରୋଷଣି କରି ମେଲଣ ପଡିଆରେ ମହା ମିଳନରେ ଏକତ୍ରିତ ହୋଇଥିଲେ ଯଥା ରୁଦ୍ରପୁର,ସଶିଲୋ,ରାମପୁର, ଯସରାଜପୁର,ବଉଳା,ଭେଡା,କୁକୁଡ଼ାଙ୍ଗ ,ଗୋବିନ୍ଦପୁର,କଇଥା,ଗୋଠମୁହଁ,ଅଡ଼ମ୍ବରୁ,ମାଗୁରା,ସମସରପୁର,ସୋଲର,ବୈରୀ,ଅମିୟଝରି,ଅମରାବତି ପଟଣା,କୁମ୍ଭେଇ,ନେଳିଆ, ଠେଙ୍ଗଡ,ଛେଦା,ବନ୍ଦାଳୋ,ଛତିଆ, ଉପୁଳା,ନହରା(ଥାନପତି), ନୟାପଟଣା,କମ୍ପାନୀ ବଜାର ଏପରି ୫୦ ରୁ ଉର୍ଦ୍ଧ ବିଭାନ ମେଲଣ ପଡିଆରେ ଏକତ୍ରିତ ହେଲା ପରେ ଭୋଗ ଲାଗି କରାଯାଇଥିଲା।ଏହି ମେଲଣ ଦେଖିବା ପାଇଁ ଦୂରଦୂରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେଇଥିଲେ। ଛତିଆ ସରପଞ୍ଚ ରମେଶ ପୃଷ୍ଟି ସମିତି ସଭ୍ୟ ଦୀପକ ସାହୁଙ୍କର ବହୁତ୍ ସୁନ୍ଦର ସହଯୋଗ ରହିଥିଲା। ଏହି ମେଲଣ ପର୍ବଟି ଆକର୍ଷଣ ଥିଲା ରାଜ ଦୋଳର ଶୋଭାଯାତ୍ରା।ଏହି ଶୃଙ୍ଖଳିତ ଦୋଳକୁ ଦେଖିବା ପାଇଁ ଲୋକମାନେ ଭିଡ଼ନିୟନ୍ତ୍ରଣ ପାଇଁ ବୈରୀ ପୋଲିସ ପକ୍ଷରୁ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା।ଭକ୍ତମାନେ ଭୋଗ ଅର୍ପଣ କରି ମଙ୍ଗଳ କାମନା କରିଥିଲେ। ସ୍ଥାନୀୟ ପୂଜା କମିଟି ପକ୍ଷରୁ ସୁଚାରୁ ରୂପେ ବ୍ୟବସ୍ଥା କରାଯାଇଥିଲା।ଏହି ପବିତ୍ର ଅବସରରେ ଭଜନ-କୀର୍ତ୍ତନ ଓ ପାରମ୍ପରିକ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।ସ୍ଥାନୀୟ ଲୋକମାନଙ୍କ ମତାନୁସାରେ, ଏପରି ଧାର୍ମିକ ଓ ସାମ୍ପ୍ରଦାୟିକ ଉତ୍ସବ ଅଞ୍ଚଳରେ ଭାଇଚାରା ଓ ସମ୍ପ୍ରୀତିକୁ ବଜାଇ ରଖିଛି।

Leave a Reply

Your email address will not be published. Required fields are marked *