ଦ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣ ର ନିରାକରଣ ପାଇଁ ଟୀକାକରଣ ଶୁଭାରମ୍ଭ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ ଠାରେ ତା ୧.୩.୨୦୨୬ ରିଖ ଦିନ ମାନ୍ୟବର ବାଚସ୍ପତି ମହୋଦୟ।, ଶ୍ରୀମତୀ ସୁରମା ପାଢ଼ୀ ଜିଲ୍ଲା ସ୍ଥରୀୟ ହ୍ୟୁମାନ ପାପିଲୋମା ଭାଇରସ (HPV) ସଂକ୍ରମଣ ର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଟୀକା କରଣ ବାଳିକା ଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଟୀକା ଦ୍ଵାରା ଆଗାମୀ ଦିନରେ ରେ ଜରାୟୁ ଗ୍ରିବା କର୍କଟ ରୋଗ କୁ ଅଟକାଇ ଯାଇ ପାରିବ। ପ୍ରଥମ ପର୍ଯ୍ୟାୟ ରେ ୩୫୦୦ ଟୀକା ଆସିଥିବା ବେଳେ ଆଗକୁ ସମୁଦାୟ ୧୦୦୦୦ ଟୀକା କରଣ ର ଲକ୍ଷ୍ୟ ରଖା ଯାଇଛି। ଏହି ଅଭିଯାନ ଆସନ୍ତା ୩ ମାସ କାଳ ଚାଲିବ, ଏଵଂ୧୪ ରୁ ୧୫ ବର୍ଷ ବୟସ ସମସ୍ତ ବାଳିକା ମାନେ ଏହି ଟୀକା ନେବେ।ଏହି ଅବସର ରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଉପ ଜିଲ୍ଲାପାଳ କର୍ମଦେବ ସମାଦାର୍, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ. ପୁଷ୍ପା ନିଳୀମା ଲାକ୍ରା, ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ ସୁଶାନ୍ତ ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ପ୍ରକାଶ ବାନାର୍ଜୀ, ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଆଶିଷ କୁମାର ମହାନ୍ତି ତଥା ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତି ଥିଲେ।
