ଜଗତସିଂହପୁର ଜିଲ୍ଲାରେ ବିଜେପିର ମିଶ୍ରଣ ପର୍ବ ଓ ବନ୍ଧୁମିଳନ

Date-01/03/26*ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର୍ ବିରିଡି ବ୍ଲକ ବାଲିଆ ଠାରେ ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ*ଯୋଗଦେଲେ ଶିଳ୍ପ ମନ୍ତ୍ରୀ ଓ ବିଧାୟକ*ଶତାଧିକ ଲୋକ ବିଜେପି ରେ ଶାମିଲଆଙ୍କର- ଜଗତସିଂହପୁର ଜିଲ୍ଲାରେ ଅପରେସନ ଲୋଟସ ର୍ ପ୍ରଭାଵ ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର୍ ବିରିଡି ବ୍ଲକ ବାଲିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ସହ ବହୁ ନେତା ଯୋଗଦେଇ ଥିବା ବେଳେ ବିଭିନ୍ନ ଦଳର ଶତାଧିକ କର୍ମୀ ଆଜି ବିଜେପି ରେ ଶାମିଲ ହୋଇ ଥିବା ଦେଖାଯାଇଛି । ଭିଓ 1- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର୍ ବିରିଡି ବ୍ଲକ ବାଲିଆ ଠାରେ ଅପରେସନ ଲୋଟସ ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିରିଡି ବ୍ଲକ ବାଲିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ମାହା ମିଶ୍ରଣ ପର୍ବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ତିର୍ତ୍ତୋଲ ର୍ ବିଜେପି ନେତା ରାଜ କିଶୋର ବେହେରା, ସୁବୋଧ ବାରିକ, ଦେବୀ ପ୍ରସାଦ ତ୍ରିପାଠୀ, ସତ୍ୟ ସାରଥୀ ମହାନ୍ତି ପ୍ରମୁଖ ବହୁ ନେତା ସାମିଲ ହୋଇଥିଲେ । ତେବେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏବେ ଠାରୁ ରାଜନୀତି ସରଗରମ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଲୋକାଭିମୁଖୀ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଆଜି ବିଭିନ୍ନ ଦଳରୁ ଶତାଧିକ ଲୋକ ଭାରତୀୟ ଜନତା ପାର୍ଟି ରେ ଯୋଗଦେଇଛନ୍ତି । ଯାହାକି ଦଳ ସଂଗଠିତ ହେବ ସହିତ ଆଗମୀ ପଂଚାୟତ ନିର୍ବାଚନ ରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ମନ୍ତ୍ରୀ ଓ ବିଧାୟକ କହିଛନ୍ତି । ବାଇଟ 1- ସମ୍ପଦ ସ୍ୱାଇଁ (ଶିଳ୍ପ ମନ୍ତ୍ରୀ)ବାଇଟ 2- ଅମରେନ୍ଦ୍ର ଦାସ (ବିଧାୟକ, ଜଗତସିଂହପୁର)ଭିଓ 2 – ବିରିଡି ବ୍ଲକ ବିଜୁ ଜନତା ଦଳର ଗଡ଼ ବୋଲି କୁହାଯାଏ । ସ୍ବର୍ଗତ ବିଷ୍ଣୁ ଦାସ ଙ୍କ ସମୟରେ ଦୀର୍ଘ ବର୍ଷ ହେବ ବିଜେଡ଼ି ନେତା ମାନେ ବିଜୟ ଲାଭ କରି ଆସୁଥିଲେ । ହେଲେ ଗତ କିଛି ଦିନ ତଳେ ବିରିଡି ବ୍ଲକ ଅଧ୍ୟକ୍ଷ। ମମତା ପାତ୍ର ବିଜୁ ଜନତା ଦଳର ବ୍ଲକ ଅଧ୍ୟକ୍ଷ। ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଓ ତାଙ୍କର ସମର୍ଥକ ମାନେ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ରେ ଯୋଗଦେବା ପରେ ଆଜି ଏକ ମହା ମିଶ୍ରଣ ପର୍ବ ବିରିଡି ବ୍ଲକ ବାଲିଆ ଠାରେ ଆୟୋଜନ କରିବା ସହିତ ଶତାଧିକ ଲୋକ ଆଜି ବିଭିନ୍ନ ଦଳ ଛାଡି ବିଜେପି ରେ ଶାମିଲ ହେବା ସହିତ ଦଳକୁ ସଂଗଠିତ କରିବାରେ ସଫଳ କରି ପାରିଛନ୍ତି । ଯାହା ଆଗକୁ ଦଳ ଶକ୍ତିଶାଳୀ ହେବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ସାଧାରଣ ଲୋକ ଙ୍କ ନିକଟରେ ପହଁଚିବ ସେଥିପାଇଁ ଚେଷ୍ଟା ଜାରି ରଖିବେ ବୋଲି ବ୍ଲକ ଅଧ୍ୟକ୍ଷ। ଓ ଯୁବ ନେତା କହିଛନ୍ତି ।

Leave a Reply

Your email address will not be published. Required fields are marked *