26ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ମେଲଣ
Date-02/03/ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ଦୋଳ ମେଲଣ ଅନୁଷ୍ଠିତ ହୋଇ ଯାଇଛି । ଭାଇଚାରା ଓ ପରମ୍ପରା କୁ ଉଜିବିତ ରଖିବା ପାଇଁ ଏହା ଏକ ନିଆରା ଉଦ୍ୟମ କୁ ବିଭିନ୍ନ ମହଲରେ ସ୍ୱାଗତଭିଓ 1- ଜଗତସିଂହପୁରରେ ଜିଲ୍ଲା ର୍ ବିଭିନ୍ନ ସ୍ଥାନରେ ଦୋଳ ମେଳଣ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି । ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଯଶୋବନ୍ତପୁର ଚରକି ପଡିଆ ଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ମହା ଆଡମ୍ବରରେ ଦୋଳ ମେଳଣ ଉତ୍ସବ ପାଳନ କରାଯାଇଛି। ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ତିଥିରେ ଗ୍ରହଣ ଲାଗୁଥିବା ସତ୍ତ୍ୱେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଗ୍ରହଣ ଆରମ୍ଭ ପୂର୍ବରୁ ବିଧିବଦ୍ଧ ଭାବରେ ଉତ୍ସବ ପାଳନ କରିଥିବା ଦେଖାଯାଇଛି। ପ୍ରାୟ କୋଡିଏ ଖଣ୍ଡ ଗ୍ରାମରୁ ସୁସଜ୍ଜିତ ବିମାନରେ ପ୍ରଭୁ ଦୋଳ ଗୋବିନ୍ଦଙ୍କୁ ଶୋଭାଯାତ୍ରାରେ ଆଣାଯାଇଥିଲା। ଘଣ୍ଟ, ଘଂଟା, ତୁରୀ ଓ ମୃଦଙ୍ଗ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।

ଭକ୍ତମାନେ ହରିନାମ ସଂକୀର୍ତ୍ତନ କରି ପ୍ରଭୁଙ୍କୁ ଚରକି ପଡିଆକୁ ଆଣିଥିଲେ। ପ୍ରାୟ ଶହେ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ପରମ୍ପରା ଚାଲି ଆସିଥିବା ଆୟୋଜକ ମାନେ କହିଛନ୍ତି ।ଏହି ମେଲଣ ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଙ୍ଗ ଓ ଅବୀର ଖେଳା ସହ ଭୋଗ ଓ ଉପଢୌକନର ଆଦାନ-ପ୍ରଦାନ କରାଯାଇଥିଲା। ପ୍ରଭୁଙ୍କୁ କାନ୍ଧରେ ନଚାଇ ନଚାଇ ନେବାର ଦୃଶ୍ୟ ଉପସ୍ଥିତ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲା।ସମ୍ପୂର୍ଣ୍ଣ ଅଞ୍ଚଳ ଭକ୍ତି ଓ ଆନନ୍ଦର ମହୋଲରେ ମୁଗ୍ଧ ହୋଇଯାଇଥିବାବେଳେ ଏହି ଦୋଳ ମେଳଣ ଉତ୍ସବ ଗ୍ରାମବାସୀମାନଙ୍କ ମଧ୍ୟରେ ଏକତା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ଦୃଢ଼ ସନ୍ଦେଶ ପ୍ରସାର କରିଥିବା ପ୍ରକାଶ ପାଇଛି । ଶେଷରେ ହରିହର ଭେଟ ହେଲା ପରେ ସମସ୍ତ ବିମାନ ନିଜ ନିଜର ଗ୍ରାମକୁ ଫେରି ଯାଆନ୍ତି ।
