ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲେ ଉଦୀୟମାନ ପରିବାର

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଚଣ୍ଡିତଳ ପଞ୍ଚାୟତ ଚଣ୍ଡିତଳ ଗ୍ରାମ ର ( ପାଟଣା ) ଦେହୁରୀ ସାହିର ମାନୁ ଦେହୁରୀ ଙ୍କ ଘର ଗତ କାଲି ସଂନ୍ଧ୍ୟାରେ କୈାଣସି କାରଣରୁ ନିଆଁ ଲାଗି ସମ୍ପୁର୍ଣ୍ଣ ପଡ଼ି ଛାରକାର ହୋଇଯାଇଛି।ଏହି ଖବର ପାଇ ଆଜି ସକାଳୁ ସ୍ଥାନୀୟ ଉଦୀୟମାନ ସ୍ବେଚ୍ଛାସେବି ଅନୁଷ୍ଠାନର ସ୍ବେଚ୍ଛାସେବୀ ଗଣ ଅଗ୍ନି ବିପନ୍ନଙ୍କ ପରିବାର ପାଖରେ ପହଞ୍ଚି ସେମାନଙ୍କୁ
ସାନ୍ତ୍ଵନା ଦେବା ସହିତ ଏକମାସ ପାଇଁ ରାଶନ ସାମଗ୍ରୀ ଓ ପିନ୍ଧାଲୁଗା ସମେତ ଅନ୍ୟାନ ଘରୋଇ ଉପକରଣ ଯୋଗାଇ ଦେଇଛନ୍ତି।ସାମାଜସେବୀ ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଉଦୀୟମାନ ମହିଳା ସଙ୍ଗଠନର ଶାଖା ସଭାନେତ୍ରୀ ସୁଜାତା ସାମଲ,ସଂପାଦିକା ହରପ୍ରିୟା ମହାନ୍ତି , ସ୍ବେଚ୍ଛାସେବୀ ସୁଜିତ୍ କୁମାର ଦାସ, ବେଣୁଧର ପ୍ରଧାନ ସହାୟତାର ହାତ ବଢାଇଥିଲେ।ଏଥିରେ ସ୍ଥାନୀୟ ସରପଞ୍ଚ ସାଗରିକା ବିହାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *