ଜଳଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ରଘୁନାଥପୁର ତା୨/୩—–ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଳଯୋଗାଣ କାର୍ଯ୍ୟାଳୟ କୁ ରଘୁନାଥପୁର ବ୍ଲକ କଂଗ୍ରେସ ପକ୍ଷରୁ ସୋମବାର ଘେରାଉ କରିଥିବା ଜଣାଯାଇଛି।ଏହି କାର୍ଯ୍ୟାଳୟ ରେ ଜଣଯୋଗାଣରେ ବ୍ୟାପକ ଦୁର୍ନିତି ଓ ସମଗ୍ର ବ୍ଲକରେ ସମସ୍ତ ପାଣିଟାଙ୍କି ଅଚଳ ହୋଇପଡିଥିବାକୁ ନେଇ କଂଗ୍ରେସ ଗର୍ଜନ କରିଛି।ଜିଲ୍ଲା ସଭାପତି ଦେବପ୍ରସାଦ ନାୟକ ଙ୍କ ନେତୃତ୍ୱ ରେ ଶତାଧୀକ କଂଗ୍ରେସ କର୍ମୀ ଜଗନ୍ନାଥପୁର ବଜାର ମଦନମୋହନ ମଠ ନିକଟରୁ ଏକ ପଟୁଆରେ ସ୍ଥାନୀୟ ବାହାରି ଜଳଯୋଗାଣ କାର୍ଯ୍ୟାଳୟ ରେ ପହଞ୍ଚି ଭିକ୍ଷୋଭ କରିଥିଲେ।ଖବରପାଇ ଏସଡିଓ ରବିନ୍ଦ୍ର ସେଠୀ ସେଠାରେ ପହଞ୍ଚି ଭିକ୍ଷୋଭକାରୀ ଙ୍କ ସହଆଲୋଚନା କରିଥିଲେ।କଂଗ୍ରେସ ନେତାଙ୍କ ପ୍ରଶ୍ନବାଣରେ ଏସଡିଓ ଶ୍ରୀ ସେଠିଙ୍କୁ ନୟାତ କରିପକାଇଥିଲେ। ସମସ୍ତ ଆଲୋଚନାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।ଏଥିରେ କଂଗ୍ରେସ ବରିଷ୍ଠ ନେତା ସର୍ବେଶ୍ୱର ପଣ୍ଡା,ଯୁବନେତା ହିମାଂଶୁ ଭୁଷଣ ମଲ୍ଲିକ,ବସନ୍ତ ପଣ୍ଡା,ଆର୍ତ୍ତତ୍ରାଣ ପଣ୍ଡା ଶିବ ପ୍ରଶାଦ ସାହୁ,ସମେତ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ।ଆଇଶୣଙ୍ଖଳାପାଇଁ ରଘୁନାଥପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା ମାଜିଷ୍ଟ୍ରେଟ ଭାବେ ରହିଥିବା ବେଳେ ରଘୁନାଥପୁର ପୋଲିସ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *