ଭଦ୍ରକଜିଲ୍ଲା ଲୋକ ଅଭିଯୋଗ କୋଷରେ ୧୪୮ଟି ଅର୍ଜି ଗ୍ରହଣ
ଭଦ୍ରକ, ତା. ୦୨.୦୩.୨୦୨୬ଜିଲ୍ଲା ଲୋକ ଅଭିଯୋଗ କୋଷରେ ୧୪୮ଟି ଅର୍ଜି ଗ୍ରହଣ l ଭଦ୍ରକ କଲେକ୍ଟରେଟ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ଲୋକ ଅଭିଯୋଗ କୋଷ (ଜୟଣ୍ଟ ଗ୍ରିଭାନ୍ସ ସେଲ୍) ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଣାଣିରେ ପୁଲିସ ଅଧୀକ୍ଷକ ମଧ୍ୟ ଉପସ୍ଥିତ ଥିଲେ।ଏହି ଅଭିଯୋଗ ଶୁଣାଣିରେ ମୋଟ ୧୪୮ଟି ଅର୍ଜି ଗ୍ରହଣ କରାଯାଇଥିଲା। ସେଥିରୁ ୧୦୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୨୨ଟି ଗ୍ରାମୀଣ ସମସ୍ୟା ସମ୍ପର୍କିତ ଥିଲା।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ତ (CMRF) ଅନ୍ତର୍ଗତ କୌଣସି ଅର୍ଜି ମିଳିନଥିଲା। ରେଡକ୍ରସ୍ ସହାୟତା ପାଇଁ ୧୮ଟି ଅର୍ଜି ଗ୍ରହଣ କରାଯାଇଥିଲା।ମୋଟ ଅର୍ଜିମଧ୍ୟରୁ ୪୨ଟି ଅର୍ଜିର ସ୍ଥଳରେ ତତ୍କ୍ଷଣାତ୍ ସମାଧାନ କରାଯାଇଥିଲା ।ଜିଲ୍ଲା ରେଡ୍ କ୍ରସ୍ ଫଣ୍ତ (DRCF) ମାଧ୍ୟମରେ ଆବଶ୍ୟକତାଭୋଗୀ ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୋଟ ୧୮ ଜଣ ଲାଭାନ୍ବିତଙ୍କ ପାଇଁ ୮୦,୦୦୦/- ଟଙ୍କା ଅନୁମୋଦନ କରାଯାଇଛି।
