ଦଶପଲ୍ଲା ଗ୍ରାମସଭା ସମୂହ ଦ୍ୱାରା ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ ସଚେତନତା

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅଧିନସ୍ଥ ଗୁଣ୍ଡୁରିବାରୀ ଗ୍ରାମରେ ଗ୍ରାମ ସଭା ସମୂହ ଦଶପଲ୍ଲା ଆନୁକୂଲ୍ୟରେ ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରଶିକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଶପଲ୍ଲା ଗ୍ରାମ ସଭା ସମୂହର ସମ୍ପାଦିକା କୁମାରୀ ମାଝୀ ଅଧ୍ୟକ୍ଷତା କରିଥିଲେ। ପ୍ରଶିକ୍ଷଣ ଶିବିରରେ ଗୁଣ୍ଡୁରିବାରୀ, ଟାଙ୍ଗନାଡ଼ି, ବିଡ଼ାପାଜୁ, ଦୁଡୁକିପାଜୁ, ତଳଡ଼ିକିରି ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ।ବନବିଭାଗ ତରଫରୁ ତିଳାବାରୀ ଫରେଷ୍ଟ ବିଟର ବନରଖି ବିଶ୍ୱ ରଞ୍ଜନ ସ୍ୱାଇଁ ଏବଂ ବାଇଝିରୀ ଫରେଷ୍ଟ ବିଟର ବାବାଜୀ ନାୟକ ଯୋଗଦେଇ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିବା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜଙ୍ଗଲରେ ନିଆଁ ଲାଗିବା କାରଣ ଉପରେ ବନରକ୍ଷୀ ବିଶ୍ୱରଞ୍ଜନ ସ୍ୱାଇଁ ଆଲୋଚନା କରିଥିଲେ ।ମହୁଲ ସଂଗ୍ରହ ପୂର୍ବରୁ ନିଆଁ ଲଗାଇ ଛାଡି ଆସିବା, କେନ୍ଦୁପତ୍ର ବୋଦା ନ କାଟି ମୂଳରେ ନିଆଁ ଲଗାଇବା, ଶିକାର କରିବା ପାଇଁ ନିଆଁ ଲଗାଇବା, ଦୁଷ୍ଟ ଲୋକମାନେ ବିଡ଼ି / ସିଗାରେଟ ନିଆଁ ଜଙ୍ଗଲରେ ପକାଇବା ଇତ୍ୟାଦି କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏ। ଜଙ୍ଗଲରେ ନିଆଁ ନ ଲାଗିବା ଏବଂ ପୂର୍ବରୁ ସଜାଗ ରହି ପ୍ରତିକାର ମୂଳକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ। ଜଙ୍ଗଲରେ ନିଆଁ ଲିଭାଇବା କ୍ଷେତ୍ରରେ ଆବଶ୍ୟକ ସହଯୋଗ ଗ୍ରାମବାସୀଙ୍କୁ ଯୋଗାଇଦେବେ ବୋଲି ଆସ୍ବେସନା ଦେଇଛନ୍ତି। ଏହା ସହ ଗତ ୨୦୨୫ବର୍ଷରେ ଗ୍ରାମସଭା ମାନ ଦ୍ୱାରା ସଫଳତା ପୂର୍ବକ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିଥିବା ହେତୁ ଧନ୍ୟବାଦ ମଧ୍ୟ ଦେଇଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଙ୍ଗଲ ନିଆଁକୁ ପ୍ରତିରୋଧ କରିବା ପାଇଁ ଗ୍ରାମସଭା ମାନଙ୍କ ଉତ୍ତର ଦାୟୀତ୍ୱ୍ୱ। ତେଣୁ ସମସ୍ତ ଗ୍ରାମସଭା ଏହାକୁ ଗୁରୁତ୍ୱ ଦେଇ ଏହି ବର୍ଷ ମଧ୍ୟ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିବେ ବୋଲି ଗ୍ରାମସଭା ସମୂହର କୋଷାଧକ୍ଷ ପ୍ରହଲ୍ଲାଦ ନାୟକ କହିଥିଲେ। ଗ୍ରାମବାସୀଙ୍କ ଉଦ୍ୟମରେ ଜଙ୍ଗଲ କୁ ସମ୍ପୂର୍ଣ୍ଣ ନିଆଁ ଦାଉରୁ ରକ୍ଷା କରିବେ।ତେବେ ସେମାନଙ୍କୁ ବନବିଭାଗ ତରଫରୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ବନରଖି ବାବାଜୀ ନାୟକ କହିଛନ୍ତି।ଅଂଶ ଗ୍ରହଣ କରିଥିବା ସମସ୍ତ ଗ୍ରାମବାସୀଙ୍କୁ ନିଜ ଗ୍ରାମରେ ବୈଠକ କରି ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଗ୍ରାମସଭା ତରଫରୁ ନିଷ୍ପତି ନିଆଯାଇଥିଲା।ଗୁଣ୍ଡୁରିବାରୀ ଗୋଷ୍ଠୀ ଜଙ୍ଗଲର ସଭାନେତ୍ରୀ ଶ୍ରୀମତୀ ଯୁବତୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *