ଓଡିଶା ଦିବସ ୨୦୨୬ ଏଵଂ ଜିଲ୍ଲା ମହୋତ୍ସବ ‘ କଲ୍ଲୋଳ’ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
Date-03/03/26- ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଓଡିଶା ଦିବସ ୨୦୨୬ ଏଵଂ ଜିଲ୍ଲା ମହୋତ୍ସବ ‘ କଲ୍ଲୋଳ’ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା, ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଏବଂ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗ ଦେଇ ଜିଲ୍ଲା ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ର ପ୍ରସ୍ତୁତି ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ସେମାନଙ୍କ ର୍ ସୁଚିନ୍ତିତ ମତାମତ କାମନା କରିଥିଲେ। ସାଂସଦ ଜିଲ୍ଲା ରେ ହେବାକୁ ଥିବା ଏହି ମହୋତ୍ସବ ସମସ୍ତ ଜିଲ୍ଲା ବାସୀ ଙ୍କ ର ଓ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ସମସ୍ତ ଙ୍କ ଦାୟିତ୍ଵ ବୋଲି କହିଥିଲେ। ପ୍ରତ୍ୟେକ ଜଗତସିଂହପୁରବାସୀ ଭାବପ୍ରବଣତା ଓ ଆତ୍ମୀୟତା ର ସହ ଚଳିତ ବର୍ଷ ଆହୁରି ସୁନ୍ଦର ଭାବେ ଏହି ମହୋତ୍ସବ କୁ ସଂପାଦନ କରିବାପାଇଁ ସହଯୋଗ କରିବାକୁ ସେ ବକ୍ତବ୍ୟ ରଖିଥିଲେ। ଏହି ପ୍ରସ୍ତୁତି ବୈଠକ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ବିଡ଼ିଓ, ତହସିଲଦାର, ସହାୟକ ତଥା ସହକାରୀ ଜିଲ୍ଲାପାଳ, ଜିଲ୍ଲା ର ବରିଷ୍ଠ ବୁଦ୍ଧିଜୀବି, ଆଇନଜିଵୀ, ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
