୩ ମାର୍ଚ୍ଚରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
୨ ମାର୍ଚ୍ଚ ୨୦୨୬: ପିଆଇବି ଦିଲ୍ଲୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ମାର୍ଚ୍ଚ ୨୦୨୬ ସକାଳ ୧୧:୧୫ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ବିଷୟବସ୍ତୁ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ।ଏହି ବିଷୟବସ୍ତୁ ଅନ୍ତର୍ଗତ, ବିଭିନ୍ନ କ୍ଷେତ୍ରକୁ ସାମିଲ କରି ଚାରୋଟି ଅଲଗା ୱେବିନାର ଅଧିବେଶନ ଆୟୋଜନ କରାଯାଉଛି । ସେଥିରେ (୧) ଉତ୍ପାଦନ, ଶିଳ୍ପ ଉନ୍ନୟନ ଏବଂ ରଣନୈତିକ କ୍ଷେତ୍ର (୨) ଲଘୁ ଏବଂ ମଧ୍ୟମ ଉଦ୍ୟୋଗ, ଆର୍ଥିକ ଏବଂ ବଜାର ପ୍ରବେଶ (୩) ସହର ଅର୍ଥନୈତିକ କ୍ଷେତ୍ର ଏବଂ (୪) ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ମାଲ ପରିବହନ ଅନ୍ତର୍ଭୁକ୍ତ ।ବଜେଟ୍ ପରବର୍ତ୍ତୀ ୱେବିନାରରେ ଶିଳ୍ପ ସ୍ତର ବିସ୍ତାର, ପ୍ରଯୁକ୍ତିବିଦ୍ୟା ନେତୃତ୍ୱକୁ ଗଭୀର କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ସଂସ୍କାର ପ୍ରୟାସ ଉପରେ ଆଲୋକପାତ କରାଯିବ । ଆଲୋଚନାରେ ଏହି ପ୍ରାଥମିକତାଗୁଡିକୁ ପ୍ରଭାବଶାଳୀ କାର୍ଯ୍ୟରେ ପରିଣତ କରିବା ଉପରେ ଧ୍ୟାନ ଦିଆଯିବ । ଏଥିପାଇଁ ଉଦ୍ୟୋଗଜଗତର ଅଂଶଗ୍ରହଣକାରୀଙ୍କ କ୍ଷେତ୍ରୀୟ ଅନୁଭବ ଦ୍ୱାରା ମାର୍ଗଦର୍ଶନ ହାସଲ କରାଯିବ, ଯାହା ଅଧିକ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନରେ ସହାୟକ ହେବ ।
