ମହାପ୍ରଭୁଙ୍କ ନୀତି ବିଳମ୍ବ ପ୍ରସଙ୍ଗରେ ୩ଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନୋଟିସ୍

.ଗତ 28 ତାରିଖରେ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ପ୍ରସଙ୍ଗ। ତିନିଜଣ ସେବକଙ୍କୁ କେଫୟତ ତଲବ୍। ଜଣେ ସେବକଙ୍କ ଶାଢୀବନ୍ଧା ଆଦେଶ ପ୍ରତ୍ୟାହାର ପାଇଁ ନୋଟିସ୍। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ନୋଟିସ୍। ରାମକୃଷ୍ଣ ଖୁଣ୍ଟିଆ,, ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ନୋଟିସ୍ ଜାରି କଲେ ମୁଖ୍ୟ ପ୍ରଶାସକ ।ସାତଦିନ ମଧ୍ୟରେ ଲିଖିତ କେଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ। ଭିତରକାଠ ଦର୍ଶନ ପାଇଁ 28 ତାରିଖରେ ହୋଇଥିଲା ନୀତି ବିଳମ୍ବ। ମହାପ୍ରଭୁଙ୍କ ଭୋଗମଣ୍ଡପ ଉଠିବାରେ ହୋଇଥିଲା ଅହେତୁକ ବିଳମ୍ବ। ଦୀର୍ଘଘଣ୍ଟା ଧରି ମହାପ୍ରସାଦ ପାଇବାରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ। ବିଶୃଙ୍ଖଳା ସୃଷ୍ଟିକରୀ ସେବକଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକଙ୍କ ଚେତାବନୀ

Leave a Reply

Your email address will not be published. Required fields are marked *