ଗ୍ରହଣ ପରେ ନୀତିକାନ୍ତି ସାରି ତାରାତାରିଣୀ ମନ୍ଦିରରେ ହୋଲି ଉତ୍ସବ ଧୂମଧାମରେ ପାଳନ l
ପୁରୁଷୋତ୍ତମପୁର, ୪/୩ : ( )ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିର ପୀଠରେ ଗ୍ରହଣ ପରେ ନୀତିକାନ୍ତି ସମ୍ପନ୍ନ ହୋଇ ମା ତାରାତାରିଣୀଙ୍କ ହୋଲି ଉତ୍ସବ ଧୂମଧାମରେ ପାଳନ କରାଯାଇଛି।ଗ୍ରହଣ ଅବସରରେ ଶାସ୍ତ୍ରୋକ୍ତ ପ୍ରଥା ଅନୁସାରେ ମନ୍ଦିର ଦ୍ୱାର ବନ୍ଦ ରହିଥିଲା। ଗ୍ରହଣ ଶେଷ ହେବା ପରେ ପ୍ରଥମେ ମନ୍ଦିର ପରିଶୋଧନ କରାଯାଇଥିଲା,ମହାସ୍ନାନ ଓ ଅନ୍ୟାନ୍ୟ ନୀତିକାନ୍ତି ପୂଜା ପଦ୍ଧତି ପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ପୂଜକମାନେ ବିଶେଷ ଆରତି ଓ ପୂଜାର୍ଚ୍ଚନା କରିଥିଲେ।ନୀତିକାନ୍ତି ଶେଷ ପରେ ମାଙ୍କୁ ଫୁଲମାଳା ଓ ବିଭିନ୍ନ ରଙ୍ଗରେ ସୁସଜ୍ଜିତ କରାଯାଇ ହୋଲି ଉତ୍ସବ ପାଳନ କରାଯାଇଥିଲା। ମନ୍ଦିର ପରିସରରେ ଭଜନ-କୀର୍ତନ, ଶଙ୍ଖଧ୍ୱନି, ହୁଳହୁଳି ଓ ଘଣ୍ଟାନାଦରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।ସହ ଶହ ଭକ୍ତ ଉପସ୍ଥିତ ରହି ମାଙ୍କ ଦର୍ଶନ କରିଥିବା ସହ ହୋଲି ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।

ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁବିଧା ଓ ଶୃଙ୍ଖଳା ରକ୍ଷା ପାଇଁ ମାଆଙ୍କ ସେବକ ଓ ମନ୍ଦିର ପରିଚାଳନା କମିଟି ର ସଭାପତି ତଥା ପୁରୁଷୋତ୍ତମପୁର ତହସିଲଦାର ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ସୁରୁଖୁରୁରେ ପରିଚାଳନା କରିଥିଲେ l ଶେଷରେ ମାଆଙ୍କ ହୋଲି ପର୍ବ ପାଳନ କରାଯାଇଥିଲା l ଏହି ହୋଲି ଖେଳରେ ତହସିଲଦାର, ସେବକମାନ ଙ୍କ ବ୍ୟତୀତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ତୁଙ୍ଗ ନେତା ବାଉରୀ ବନ୍ଧୁ ପଣ୍ଡା, ଓ ଲଷ୍ମୀନାରାୟଣ ସାହୁ ମଧ୍ୟ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା l ଏହି ହୋଲି ପର୍ବ କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା l ମାଆଙ୍କ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ସଫଳତାର ଶହ ସମ୍ପନ୍ନ ହୋଇଥିବା ମନ୍ଦିର ସୂତ୍ରରୁ ପ୍ରକାଶ।
