ଜୀବନ ଜୀବିକା ସଂଘର୍ଷ ମଧ୍ୟରେ ବିଶ୍ଵଜିତ
ରଘୁନାଥପୁର-୪/୩-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅରଣା ପଞ୍ଚାୟତ ଅନ୍ତର୍ଗତ କନ୍ତୁଆର ଗ୍ରାମ ର ବିଶ୍ଵଜିତ ନାୟକ (ଗୁଡୁ)ଏକ ଗରିବ ଘରେ ଜନ୍ମ । ପରିବାର କହିଲେ ପିତା ସମ୍ପ୍ରିତି ନାୟକ,ମା ଏବଂ ଗୋଟିଏ ଭଉଣୀ । ବାପା ଗରିବ ଚାଷୀ ଟିଏ ଓଳିଏ ଖାଇଲେ ଓଳିଏ ଉପବାସ ।ନାହିଁ ନଥିବା ଅସୁବିଧା କିନ୍ତୁ ପୁଅ ବିଶ୍ୱଜିତ୍ ପିଲାବେଳୁ କାନ୍ଥରେ,ଚଟାଣରେ ,ସ୍ଲେଟ୍ ରେ ଚିତ୍ର ଆଙ୍କିବାରେ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି।ଆସ୍ତେ ଆସ୍ତେ ତାର ଉତ୍ସାହ ବଢିବାରେ ଲଗିଲା। ଯେତେବେଳେ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହେଲାପରେ ଚିତ୍ର ଆଙ୍କିବା ରେ ଏତେ ଅଭ୍ୟସ୍ତ ହୋଇଗଲା ଯେପରି ବିନା ଟ୍ରେନିଂ ରେ ମଣିଷକୁ ଦେଖି ଅବିକଳ ଆଙ୍କି ପାରୁଛି ସେ ।ଗରିବ ହୋଇ ମଧ୍ୟ ବିଶ୍ଵଜିତ କେବେ ଆଶା ହାରିନି।ସେ ଚିତ୍ରକଳାରେ ନିଜର ଭବିଷ୍ୟତ ଦେଖେ ।ଦରିଦ୍ର ଘରେ ଜନ୍ମି ଥିଲେ ମଧ୍ଯ ତାର ଚିତ୍ରକଳା ତାକୁ ସ୍ଵପ୍ନ ଦେଖାଇବା ଶିଖାଇଛି। ଅନ୍ଧାର ଘରେ ବସି ସେ ରଙ୍ଗରେ ନିଜର ଭବିଷ୍ୟତ ଖୋଜୁଥାଏ। ଅନ୍ୟମାନେ ଚିତ୍ରରେ ରଙ୍ଗ ଦେଖୁଥିବା ବେଳେ ସେ ଚିତ୍ରରେ ନିଜର ଭବିଷ୍ୟତ ଦେଖେ ।ଆଜିର ଦୁନିଆରେ ବିନା ଅର୍ଥରେ ସ୍ଵପ୍ନ ଦେଖିବା ନୀରର୍ଥକ,ତଥାପି ସେ ଆଶା ରଖିଛି ସରକାରଙ୍କ ଉପରେ। ଯଦି ସରକାରୀ ସଂସ୍ଥା କିମ୍ଵା ବେସରକାରୀ ସଂସ୍ଥା ସହାୟତାର ହାତ ବଢ଼ାନ୍ତି ତେବେ ବିଶ୍ୱଜିତ୍ ନିଜ ଅଞ୍ଚଳ ତଥା ଓଡିଶାର ନାମ ରଖିବ ବୋଲି ଆଶା ବାନ୍ଧିଛି। ଦେଖାଯାଉ କେବେ ସରକାର କିମ୍ବା ବେସରକାରୀ ସଂସ୍ଥା ସହାୟତାର ହାତ ବଢାଉଛନ୍ତି ତା ଦେଖିବାର କଥା ବୋଲି ଅଞ୍ଚଳବାସି ଦାବି କରିଛନ୍ତି।
