ଆକ୍ସନ ମୁଡ ରେ ଜିଲ୍ଲା ଶିକ୍ଷା ଅଧିକାରୀ,ଚଉଦ କର୍ମଚାରୀଙ୍କ ଦରମା ବନ୍ଦ ।
ଉଦୟଗିରି, କନ୍ଧମାଳ ଜିଲ୍ଲାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଅଚାନକ ପରିଦର୍ଶନ ଏକ ପ୍ରକାର ଛାନିଆ କରିଦେଇଛି ।ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଅନୁପସ୍ଥିତ ରହିବା ସଠିକ ସମୟରେ କାର୍ଯ୍ୟାଳୟକୁ ଆସୁନଥିବା, ସରକ।ରଙ୍କ ପ୍ରଦତ୍ତକାର୍ଯ୍ୟ ଠିକସମୟରେ କରୁନଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ୍ କୁମାର ସ୍ବାଇଁ ଆକ୍ସନ ମୁଡକୁ ଆସିଛନ୍ତି । ଜିଲ୍ଲାର ଚକାପାଦ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ୍ କୁମାର ସ୍ବାଇଁ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସିମାଞ୍ଚଳ ସ୍ୱାଇଁ ଅଚାନକ ପରିଦର୍ଶନ କରିଥିଲେ । କାର୍ଯ୍ୟାଳୟରେ ଛଅଜଣ କର୍ମଚାରୀ ଅନୁପସ୍ଥିତ ଥିଲେ । ପ୍ରାୟ ଅଧିକାଂଶ ଦିନ ଅନୁପସ୍ଥିତ ରହିଥିବାର ଉପସ୍ଥାନ ରେଜିଷ୍ଟରରୁ ଜଣା ପଡ଼ିଥିଲା । ସେହି ଭଳି ୨୫ ତାରିଖ ରାଇକିଆ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ୫ଜଣ ଅନୁପସ୍ଥିତ ଥିଲେ । ତା ୨୭ ତାରିଖରେ ଦାରିଙ୍ଗିବାଡି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ୩ ଜଣ ଅନୁପସ୍ଥିତ ଥିଲେ । କାର୍ଯ୍ୟରେ ଅବହେଳା ପାଇଁ ଏହି ସମସ୍ତଙ୍କ ଦରମା ବନ୍ଦ କରାଯିବ ସହ ଅନୁପସ୍ଥିତିରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଅଛି । ଜିଲ୍ଲାର ଅନ୍ୟ ଶିକ୍ଷା ଗୋଷ୍ଠୀ ଅଧିକାରୀ କାର୍ଯ୍ୟାଳୟ ରେ ବହୁ କର୍ମଚାରୀ ଅନୁପସ୍ଥିତ ରହିବା ଠି କ୍ ସମୟରେ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ ରହିଥିବାରୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏହି ପରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇ ଅଛି ।ଅପରପକ୍ଷେ ଯେଁଉ ମାନେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ମନରେ ଛନକା ପଶିଯାଇଛି ।
