ପଞ୍ଚାୟତ ଦୁର୍ନୀତି ବିଷୟରେ ଜନଶୁଣାଣି ରେ ଅଭିଯୋଗ ସମାଧାନ ହେଲା ଜାଣି ପାରିଲେନି ଅଭିଯୋଗକାରୀ

ତିର୍ତ୍ତୋଲ: ପଞ୍ଚାୟତ ରେ ଅନେକ ସମୟରେ ବିଭିନ୍ନ ପ୍ରକାର ର ଦୁର୍ନୀତି ହେବା ଶୁଣିବାକୁ ଏବଂ ଦେଖିବାକୁ ମିଳିଥାଏ | କିଛି ସଚେତନ ନାଗରିକ ଦୁର୍ନୀତି ଗୁଡିକୁ ବିରୋଧ କରିବା ସହିତ ତାକୁ ଲୋକଲୋଚନ କୁ ଆଣିବାକୁ ପ୍ରୟାସ କରିଥାନ୍ତି | ଅନେକ ସମୟରେ ପ୍ରଶାସନ ଏଥିରେ ପୂର୍ଣ୍ଣ ସହଯୋଗ କରିଥାଏ | ବେଳେ ବେଳେ କିଛି ଦୁର୍ନୀତିଖୋର କର୍ମଚାରୀ ଏବଂ ଅଧିକାରୀ ସେହି ଦୁର୍ନୀତି ଗୁଡିକରେ ପରଦା ଢାଙ୍କି ଦେଇଥାନ୍ତି | ସେମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ପିପ୍ପଳମାଧବ ପଞ୍ଚାୟତ ରେ, ସୂଚନା ଅନୁଯାଇ ପଞ୍ଚାୟତ ରେ କିଛି ଦୁର୍ନୀତି ହୋଇଥିବା ନେଇ ତ୍ରିପତି ଆଚାର୍ଯ୍ୟ ଗତ ୫-୧-୨୬ ତାରିଖରେ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ | ହେଲେ ଦୁର୍ଭାଗ୍ୟ ର ବିଷୟ ୧୫-୧-୨୬ ରିଖରେ ସେହି ଅଭିଯୋଗ ର ସମାଧାନ କାଗଜ କଲମରେ ହୋଇଯାଇଛି | ତ୍ରିପତି ଙ୍କ କହିବା ଅନୁଯାଇ ସିଏ ଅଭିଯୋଗ କରିବାର ଦଶ ଦିନ ପରେ କିଏ ଅଭିଯୋଗ କୁ ସମଧାନ କରିଲେ ତାହା ପୁଣି ଅଭିଯୋଗକାରୀ ଙ୍କୁ କୌଣସି ସୁଚନା ନଦେଇ | ଅନ୍ୟ ପକ୍ଷରେ ପଞ୍ଚାୟତ ରେ ବହୁ ଦୁର୍ନୀତି ଯେମିତିକି ଏମଜିଏନଆରଇଜିଏସ, ପାଇଖାନା, ରାସନ ଦୁର୍ନୀତି ସହିତ ସୂଚନା ଫଳକ ନିର୍ମାଣ ସ୍ଥାନରେ ଲୋକଙ୍କୁ କାନ୍ଥ, ଚଉରା ରେ ସୂଚନା ଲେଖା ହୋଇଥିବା ବେଳେ ଅନେକ ଦୁର୍ନୀତି ହୋଇଥିବା ନେଇ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ପାଇଛନ୍ତି, ଯାହା ଆଗାମୀ ଦିନରେ ନିଶ୍ଚିତ ଲୋକ ଲୋଚନକୁ ଅଣାଯିବ | ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେମିତି କିଛି ଦୁର୍ନୀତି ପଞ୍ଚାୟତ ରେ ହୋଇନାହିଁ ବୋଲି ମତ ରଖିଛନ୍ତି | ବିଭାଗୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ ରଖିଛନ୍ତି |

Leave a Reply

Your email address will not be published. Required fields are marked *