ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ଦୋଳ ପୂର୍ଣ୍ଣିମା ଅବସରରେ ଦହି ହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର, ତା -3/3( )ମଙ୍ଗଳ ବାର ଦିନ ଗୁରକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଦହି ହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ଯାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର , ସମ୍ପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢ଼ୀ , ଅଧ୍ଯକ୍ଷ ଶ୍ରୀମତୀ ମଧୁଛନ୍ଦା ମିଶ୍ର ଓ ଉପାଧ୍ୟକ୍ଷା ଶ୍ରୀମତୀ ଚୁମ୍ କି ପାତ୍ର ଅତିଥି ରୂପେ ଯୋଗ ଦେଇଥିଲେ ା ବିଦ୍ଯାଳୟକୁ ତୋରଣ ଓ ଫୁଲ ଦ୍ବାରା ଗୋକୁଳ ଭଳି ଅତ୍ଯନ୍ତ ସୁନ୍ଦର ଭାବରେ ସଜାଯାଇ ଥିଲା ା ବିଦ୍ଯାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ରାଧାକୃଷ୍ଣ ଙ୍କ ସୁନ୍ଦର ନ୍ରୁତ୍ଯ ପରିବେଷଣ କାର୍ଯ୍ୟକ୍ରମ କୁ ଆହୁରି ମନ୍ତ୍ରମୁଗ୍ଧ କରିଥିଲା ା

ଶେଷରେ ଛାତ୍ରମାନଙ୍କ ଦ୍ବାରା ଦହିହାଣ୍ଡି ଭଙ୍ଗା ଯାଇଥିଲା ଏବଂ ବିଦ୍ଯାଳୟ ତରଫରୁ ପ୍ରସାଦ ରୂପେ ଖିରି ବଣ୍ଟନ କରାଯାଇ ଥିଲା ା ବିଦ୍ଯାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱ ରେ ଥିବା ଶ୍ରୀମତୀ ଏନ୍. ବିଷ୍ଣୁ ପ୍ରୀୟା ରେଡ୍ଡି, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ଯମ ରେ କାର୍ଯ୍ୟକ୍ରମ କୁ ସଫଳ ଭାବରେ ରୂପାୟନ କରାଯାଇ ଥିଲା ା କାର୍ଯ୍ୟକ୍ରମ ଶେଷ ରେ ବିଦ୍ଯାଳୟରେ ସମସ୍ତେ ପରସ୍ପରକୁ ଫଗୁ ବୋଳା ବୋଳି ହୋଇ ରଙ୍ଗ ଉତ୍ସବ ପାଳନ କରିଥିଲେ ଏବଂ ଏକ ଅତ୍ଯନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଥିଲେ ା
