ସାଂସଦଙ୍କ କରକମଳରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ
ସାଂସଦଙ୍କ କରକମଳରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନଗଣିଆ -ଗଣିଆ ବ୍ଳକ କିଶୋର ପ୍ରସାଦ ବସଷ୍ଟାଣ୍ଡ ଠାରେ ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ଏଠାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ । ସାଂସଦଙ୍କ ନିଜସ୍ଵ ପାଣ୍ଠିରୁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ଆଜି ତାର ଉଦଘାଟନ ହୋଇଯାଇଛି । ସାଂସଦ ଫିତା କାଟି ଏହାର ଉଦଘାଟନ କରିଥିଲେ । ସାଂସଦଙ୍କୁ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମରେ ଥିବା ବିଶ୍ବନାଥ ମନ୍ଦିରର ପୂଜା ମଣ୍ଡପ କାର୍ଯ୍ୟ ସମୀକ୍ଷା କରିବା ସହିତ ଗୋପାଳ ସମାଜ ତରଫରୁ ପୂର୍ଣ୍ଣବାସୀ ଦେବଙ୍କ ମନ୍ଦିର ପୁନରୁଦ୍ଧାର ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା । ପତୁରିଆ ଠାରେ ଏକ କ୍ଳବ ଘର ନିର୍ମାଣ ପାଇଁ ଯୁବକ ମାନେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ସରପଞ୍ଚ ଗୀତାରାଣୀ ବେହେରା,ବରିଷ୍ଠ ନେତା ବିଭୂତି ଭୂଷଣ ପଣ୍ଡା,ଯୁବନେତା ଶୁଭ୍ରଜିତ୍ ପଣ୍ଡା,ନାରୀ ନେତ୍ରୀ ରଞ୍ଜୁଲତା ପଣ୍ଡା,ଟୁକୁ ପଣ୍ଡା,ମନୋରଞ୍ଜନ ବେହେରା,ଗ୍ରାମ ସଭାପତି ସନାତନ ପୃଷ୍ଟି,ମାର୍କଣ୍ଡ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
