ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ମା ମଙ୍ଗଳା ଓ ମା ହରଚଣ୍ଡୀ ଙ୍କ ଜନ୍ମ ଉତ୍ସବ ପାଳନ

ପୁରୀ ବାରବାଟୀ ନୁଆଁ ସାହି ରେ ଥିବା ମା ମଙ୍ଗଳାଓ ମା ହରଚଣ୍ଡି ଙ୍କ ମନ୍ଦିର ର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯାଇଛି, ଏହି ବାର୍ଷିକ ଉତ୍ସବ ସାହି ର ସମସ୍ତ ପରିବାର ନିଜ ଘର ସାମ୍ନାରେ କୁମ୍ଭ ରଖି ଆନନ୍ଦ ର ସହ ବାର୍ଷିକ ଉତ୍ସବ ପାଳନ କରିଥିଲେ,ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ, ଶ୍ରୀଯୁକ୍ତ ସୁବାଶିଷ ଖୁଣ୍ଟିଆ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ମା ମଙ୍ଗଳା ଙ୍କ ନୁର୍ତନ ଗୃହ ନିର୍ମାଣ ନିମନ୍ତେ ଫଳକ ର ଶୁଭାରମ୍ଭ କରିଥିଲେ, ସଂମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ମା ମଙ୍ଗଳା ଙ୍କ ଆଶ୍ରିବାଦ ଲାଭ କରିଥିଲେ, ସାହି ବାସିନ୍ଦା ଙ୍କ ମିଳିତ ଉଦ୍ୟମ ରେ ୬ଟି ନାଗା, ମେଢ଼,ଦୁର୍ଗା ମେଢ଼, ପାଞ୍ଚମୁଖୀ ହନୁମାନ, ପର୍ଶୁରାମ,ଓ ବିରକର୍ଣ୍ଣ, ବାହାରି ସାହିର ଶୋଭା ବଢ଼ାଇ ଥିଲେ, ମନୋଜ ରଥ, ସୂର୍ଯ୍ୟ ନାରାୟଣ ପାଢ଼ୀ,ବିଜୟ କୁମାର ପ୍ରଧାନ, ବିଭୁ ପ୍ରସାଦ ମୁଦ୍ରା, ଶିବ ପ୍ରସାଦ ମୁଦ୍ରା,ମାଧବ ସାହୁ,ରଞ୍ଜିତ ମହାନ୍ତି, ଅଜିତ କୁମାର ତ୍ରିପାଠୀ, ସ୍ୱରୂପ କୁମାର ସାହୁ ଓ ରାକେଶ କୁମାର ପ୍ରଧାନ ଙ୍କ ସମେତ ସାହିର ବଜେଷ୍ଠ ବ୍ୟକ୍ତି ଉପସ୍ଥିତ ରହି ମା ଙ୍କ ବାର୍ଷିକ ଉତ୍ସବ ଧୂମଧାମ ରେ ପାଳନ କରିଥିଲେ l

Leave a Reply

Your email address will not be published. Required fields are marked *