ବହୁବିଧି ସମସ୍ୟା ସମାଧାନ ଦିଗ ରେ ଗ୍ରାମବାସୀ ଙ୍କ ପକ୍ଷ ରୁ ପ୍ରଶାସନ ଙ୍କୁ ଦାବିପତ୍ର.
ରାଇକିଆ, 6/3/26 କନ୍ଧମାଳ ଜିଲ୍ଲା ର ରାଇକିଆ ବ୍ଲକ ଜିଡ଼ିଙ୍ଗୀସାହି ଓ ମଦିନାଜୁ ଠାରେ ଦୀର୍ଘଦିନ ଧରି ଚାଲିଆସୁଥିବା ପାଣି ସମସ୍ୟା ସହିତ ମୁଖ୍ୟ ରାସ୍ତା ଓ ଡ୍ରେନ ନିର୍ମାଣରେ ହେଉଥିବା ବିଳମ୍ବକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାଗୁଡ଼ିକ ଗ୍ରୀଷ୍ମ ଋତୁ ପୂର୍ବରୁ ଆହୁରି ଗୁରୁତର ରୂପ ନେବା ସମ୍ଭାବନା ଥିବାରୁ ଗ୍ରାମବାସୀମାନେ ଏକତ୍ରିତ ହୋଇ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁସାରେ, ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିଲେ ଏହି ଅଞ୍ଚଳରେ ଗୁରୁତର ପାଣି ସଂକଟ ଦେଖାଦେଉଛି।

ଅନେକ ସ୍ଥାନରେ ନଳକୂପ ଅଚଳ ହୋଇପଡ଼ିଥିବା ବେଳେ କେତେକ ସ୍ଥାନରେ ପାଣିର ସ୍ତର କମିଯାଇଥିବାରୁ ପ୍ରାୟ 200 ପରିବାର ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର ପାଇଁ ବାଧ୍ୟ ହେଉଛନ୍ତି। ଏଥିପାଇଁ ବିଶେଷକରି ମହିଳାମାନେ ଓ ବୃଦ୍ଧ ଲୋକମାନେ ଅଧିକ କଷ୍ଟ ସହିବାକୁ ପଡ଼ୁଛି। ଗ୍ରୀଷ୍ମ ଋତୁ ପୂର୍ବରୁ ଏହାର ସ୍ଥାୟୀ ସମାଧାନ କରାଯିବ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।ରାସ୍ତା ରେ ଗ୍ରାମବାସୀଙ୍କ ଏହି ଦାବିକୁ ଗୁରୁତର ସହକାରେ ନେଇ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଯଥାଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁଙ୍କ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି।
