ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ସୋରଡ଼ା : ୭/୦୨/୨୬ଗଞ୍ଜାମ ଜିଲ୍ଲା ସୋରଡ଼ା ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ,ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସ୍ବାଇଁ ଅଧ୍ୟାପକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଣ୍ଡା ଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବୋଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ସାଂପ୍ରତିକ ସ୍ଥିତିରେ ପ୍ରତ୍ୟେକ ଛାତ୍ରୀ ଆତ୍ମରକ୍ଷା ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜିକ ଅଧ୍ୟାପିକା ଶ୍ରୀମତୀ ସିପ୍ର ପାତ୍ର ଆଠଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁରହିଥିବା ଓ ପ୍ରଶିକ୍ଷଣରେ ଛାତ୍ରୀମାନେ ଉପସ୍ଥିତ ରହି ଶିକ୍ଷା ଲାଭ କରିଥିଲେ l

ଆତ୍ମରକ୍ଷା କୌଶଳ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ଶିବିରରେ ଦିଆଯାଇଥିବା କୌଶଳ ନାରୀ ସୁରକ୍ଷାରେ କିପରି ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ । ମାଷ୍ଟର ଟ୍ରେନର ଲିଜା ପାତ୍ର ଆଠ ଦିନ ଧରି ବିଭିନ୍ନ କୌଶଳ ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିଥିଲେ ଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ମଧୁସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
