ଉଦଳା ରେ ବିଜୁ ଜୟନ୍ତୀ ପାଳିତ

ଉଦଳା ତା ୭/୩ ମୟୁରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ପରିସର ମଧ୍ୟରେ ପୂର୍ବତନ ଯୁବ ବିଧାୟକ ଶ୍ରୀନାଥସୋରେନ ଙ୍କ ସଭାପତିତ୍ୱ ରେ ପ୍ରବାଦ ପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଭୂମିପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ ହଇଯାଇଛି l ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଓଡିଶା କୃଷି ଶିଳ୍ପ ନିଗମ ର ପୂର୍ବତନ ଅଧକ୍ଷ୍ୟ ଦେବାଶିଷ ମହାନ୍ତି , ବାରିପଦା ର ପୂର୍ବତନ ନଗରପାଳ ଜିତେନ୍ଦ୍ର ମହାନ୍ତି ଯୋଗଦାନ କରିଥିଲେ l ବିଜୁ ବାବୁ ଙ୍କ ଓଡିଶା ତଥା ମୟୁରଭଞ୍ଜ ପ୍ରତି ଯେଉଁ ଆନ୍ତରିକତା ଦେଖାଇ ଥିଲେ ଓ ଏକା ନୂତନ ଓଡିଶା ଗଠନ ଦିଗରେ କିପରି ନିଜକୁ ଉତ୍ସର୍ଗ କରିଥିଲେ ସେ ବିଷୟ ରେ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଥିଲେ l ପରେ ପରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଉପଖଣ୍ଡ ର ଶିକ୍ଷ୍ୟା ର ବିକାଶ ଲାଗି ବିଭିର୍ନ ସ୍ଥାନରେ କଲେଜ ଖୋଲି ଆଦିବାସୀ, ହରିଜନ, ପଛୁଆ ବର୍ଗ ତଥା ସର୍ବ ସାଧାରଣ ଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତ କୁ ଆସିପାରିବେ ବୋଲି ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ଓ ତାକୁମଧ୍ୟ ସାକର କରି ଥିଲେ ତାହା ସୁନ୍ଦର ଭାବରେ ବର୍ଣନା କରି ଥିଲେ l

ମୟୁରଭଞ୍ଜ ଭଞ୍ଜ ଜିଲ୍ଲା ବିଯୁଜନତା ଦଳର ସାଧାରଣ ସମ୍ପାଦକ ସର୍ବ ଶ୍ରୀ ମନୋଜ କୁମାର ମହାନ୍ତି, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ସାହୁ, ନରେନ୍ଦ୍ର ମୋହନ ରାଉତ, ସମ୍ପାଦକ ଅଭିମନ୍ୟୁ ମଣ୍ଡଳ, ଉଦଳା ବିଜ୍ଞ ପିତ ଅଞ୍ଚଳ ପରିଷଦ ର ପୂର୍ବତନ ନଗରପାଳ ଶ୍ରୀମାନ ସୌଭାଗ୍ୟ କୁମାର ସାହୁ, ବିଜୁ ଜନତା ଦଳର ଅନ୍ୟ ତମ ସାଧାରଣ ସମ୍ପାଦକ ବନମାଳୀ ବେହେରା, ଉପ ସଭାପତି ଶାଶ ଧର ସ୍ୱାଇଁ, ସମ୍ପାଦକ ଘନଶ୍ୟାମ ମହାନ୍ତ ପ୍ରମୁଖ ବିଜୁ ବାବୁଙ୍କ ଓଡିଶା ତଥା ଭାରତ ଲାଗି ଯେଉଁ ଅବଦାନ ତାହା ବର୍ଣନା କରିଥିଲେ l ପରିଶେଷରେ ବିଜୁ ଜନତାଦଳର ସାଧାରଣ ସମ୍ପାଦକ ଅମୀୟ କୁମାର ବଳ ଯୋଗଦାନ କରିଥିବା ସମସ୍ତ ଜନତା ତଥା ମାନ୍ୟ ଗଣ୍ୟ ବ୍ୟକ୍ତି ସମୂହ ଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *