ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।ଜନ ଶିକ୍ଷଣ ସଂସ୍ଥାନ ପୁରୀ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଚନ୍ଦ୍ରଶେଖର ପାଠାଗାର ହେରାଗୋହିରି ସାହି, ପୁରୀ ଠାରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶର୍ମିଷ୍ଠା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡି.ପି.ଫିନେ. ଏଡ୍.ଜେ ଏକାଡେମୀ ସହ ପ୍ରତିଷ୍ଠାତା ଶ୍ରୀମତୀ ଆଶୋକା ମଞ୍ଜରୀ ନାୟକ, ସମ୍ମାନିତ ଅତିଥି ଭାବେ ଏମ. ଆର. ଏଫ୍ ପ୍ଲାଣ୍ଟ ର ମ୍ୟାନେଜର ଶ୍ରୀମତୀ ରେଖା ରାଣୀ ଦାସମହାପାତ୍ର ଉତ୍ସବ ରେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀମତୀ ଅଶୋକା ମଞ୍ଜରୀ ନାୟକ ମହିଳାଙ୍କ ଅଧିକାର, ଦାୟିତ୍ଵ,ମହିଳାମାନଙ୍କ ଦକ୍ଷତା,ଆତ୍ମନିର୍ଭରଶୀଳ, ସରକାରୀ ସୁବିଧା ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଶର୍ମିଷ୍ଠା ମହାନ୍ତି ମହିଳା ସଶକ୍ତିକରଣ, ମହିଳା ସୁରକ୍ଷା, ଶିଶୁ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ।

ଏହି ଉତ୍ସବ ରେ ସଂସ୍ଥାନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶି ଭୂଷଣ ଦତ୍ତ ସଭାପତିତ୍ବ କରିବା ସହିତ ମହିଳା ମାନଙ୍କର କିଭଳି ବିଭିନ୍ନ ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହୋଇପାରିବେ ତଥା ଉଦ୍ୟୋଗୀ ସୃଷ୍ଟି କରିପାରିବେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ନିକି ପ୍ରଧାନ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରଶିକ୍ଷାର୍ଥି ଏବଂ ପ୍ରଶିକ୍ଷିକା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ବଣ୍ଟନ ଏବଂ ଧନ୍ୟବାଦ୍ ଅର୍ପଣ କାର୍ଯ୍ୟକ୍ରମ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର କର୍ମଚାରୀ ପ୍ରସାଦ ଦ୍ବିବେଦୀ, ଜୀବନଜିତା ଦାସ, ବାଦଲ ପରିଡ଼ା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହିତ ୨୦୦ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସାମିଲ କରିଥିଲେ।
