ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦଳ ମେଳଣ ଆରମ୍ଭ
ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦଳ ମେଳଣ ଆରମ୍ଭ
ଜଟଣୀ ତା ୯-୩-୨୬ଜଟଣୀ ନିକଟସ୍ଥ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଇତିହାସ ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁ ଦୋଳ ମେଳଣ ଜମାଣ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଠାକୁରଙ୍କ ନୀତିକାନ୍ତି ଅନୁଯାଇ ଵିଧିବିଧାନ ପୂର୍ବକ ଥାନାପତି ଶ୍ରୀ ପଶ୍ଚିମା ଶମ୍ଭୁ ସୋମନାଥ ଦେବଙ୍କୁ ପଶ୍ଚିମ ଦ୍ୱାର ଦେଇ ସୁସଜ୍ଜିତ ଦୋଳ ବିମନରେ ନିଆଯାଇ ଘଣ୍ଟା,ଘଣ୍ଟି, ନାଗା ନାଚ, ଘୋଡାନାଚ,ସଂକୀର୍ତ୍ତନ ସହିତ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଖୁଣ୍ଟ ଲାଗି କରାଯାଇଥିଲା। ଅଖପାଖ ଅଞ୍ଚଳରୁ ନିମନ୍ତ୍ରିତ ୮୫ଟି ଠାକୁର ଦୋଳ ବିମନରେ ଆସି ସେଠାରେ ଖୁଣ୍ଟ ଲାଗି ହୋଇଥିଲେ। ସ୍ଥାନୀୟ ତଥା ଦୂର ଦୁରାନ୍ତରୁ ଆସିଥିବା ମାନସିକଧାରୀ ଭକ୍ତମାନଙ୍କ ପକ୍ଷରୁ ଅତସବାଜି ପ୍ରଦର୍ଶନ କରାଯାଇଥିଲା।ମେଳଣର ମୁଖ୍ୟ ଆକର୍ଷଣ ବିଭିନ୍ନ ପ୍ରକାର ବାଣରେ ସାରା ଅଞ୍ଚଳ ଆଲୋକମୟ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନେ ଉଜାଗର ରହି ସୁନ୍ଦର ସୁନ୍ଦର ବାଣ ଫୁଟାର ଅପୂର୍ବ ଶୋଭା ଉପଭୋଗ କରିଥିଲେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ମାର୍ଗ ଦର୍ଶନ ତଥା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ, ଏସଡିପିଓ ଦେବାଶିଷ ମିଶ୍ର ଓ ଡେଲାଙ୍ଗ ଥାନା ଅଧିକାରୀ ମମତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମେଳଣ ସ୍ଥଳରେ ଯାତାୟତ, ଯାନବାହାନ ରକ୍ଷଣ, ଅଗ୍ନିଶମ ସୁରକ୍ଷା ଏବଂ ଅପାତକାଳୀନ ସେବା ଅତି ସୁନ୍ଦର ଭାବରେ ପରିଚାଳନା କରାଯାଇଥିଲା। ୧୨ତାରିଖ ଗୁରୁବାର ଦିନ ଅପରାହ୍ନରେ ହରି ହର ଭେଟ ସହ ମେଳଣ ଉଦୁଯାପନ ହେଵ ବୋଲି ମେଳଣ ପରିଚାଳନା କମିଟିର ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀଙ୍କ ଠାରୁ ସୂଚନା ମିଳିଛି। ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ।
