ଲଙ୍କା ପୋଡ଼ି ଯାତ୍ରା ପାଇଁ ଶୁଭଖୁଣ୍ଟି ଅନୁକୂଳ
ଲଙ୍କା ପୋଡ଼ି ଯାତ୍ରା ପାଇଁ ଶୁଭଖୁଣ୍ଟି ଅନୁକୂଳ
ଗଣିଆ – ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ବା ରାମ ନବମୀ ଆସନ୍ତା ମାର୍ଚ୍ଚ ମାସ ୨୭ ତାରିଖରେ ପାଳନ କରାଯିବ । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିବ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ । ଗଣିଆରେ ଏପ୍ରିଲ ୨୧ ତାରିଖରେ ରାବଣ ବଧ ବା ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହେବ । ସ୍ଥାନୀୟ ଗଣିଆ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ୫୬ ବର୍ଷ ଧରି ଏହି ଯାତ୍ରା ଚାଲୁ ରହିଛି । ଏହି ଅବସରରେ ଲଙ୍କା ପୋଡ଼ି ଯାତ୍ରା ପାଇଁ ଆଜି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆଜି ଦିବା ୮ ଘଟିକା ସମୟରେ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିର ପୂଜକ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଆଣିବା ପରେ ଶୁଭ ଅନୁକୂଳ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୫୬ ବର୍ଷ ଧରି ଗୋଟିଏ ଖୁଣ୍ଟରେ ପ୍ରଭୂଙ୍କ ନାମରେ ନଡ଼ିଆ ବନ୍ଧାଯାଇ ଖୁଣ୍ଟପୋତା କାର୍ଯ୍ୟ ଆରମ୍ଭ ହୋଇଥାଏ । ଗଣିଆ ପାଇକସାହିର ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି । ମନ୍ଦିର ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିଥିବା ଜଣାପଡିଛି । ଚଳିତ ବର୍ଷ ୪ ଦିନ ଧରି ଲଙ୍କା ପୋଡ଼ି ଯାତ୍ରା ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ଆନନ୍ଦ ଚନ୍ଦ୍ର ବେହେରା, ସମ୍ପାଦକ ଉଦ୍ୟନାଥ ସାହୁ,ପ୍ରଭାତ କୁମାର ଦାଶଙ୍କ ସମେତ ଗ୍ରାମର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
