ବାଲ୍ୟବିବାହ ନିରାକରଣ ନିମନ୍ତେ ସଚେତନତା କର୍ମଶାଳା

ବାଲ୍ୟବିବାହ ନିରାକରଣ ନିମନ୍ତେ ସଚେତନତା କର୍ମଶାଳା। ବାଲ୍ୟବିବାହ ଶିଶୁ ର ଶିକ୍ଷା,ସ୍ଵାସ୍ଥ୍ୟ ଓ ଭବିଷ୍ୟତ କୁ ପ୍ରଭାବିତ କରେ ।ଭଦ୍ରକ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ପକ୍ଷରୁ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ,ସମ୍ମାନିତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ପ୍ରଦୀପ୍ତ କୁମାର କର, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି , ଫେଲୋସିପ ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଆଇସିଡିଏସ ର ମହିଳା ପରିଦର୍ଶିକା ଶାନ୍ତିଲତା ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ଙ୍କ ମଞ୍ଚ ସଂଯୋଜନା ରେ ବିଷୟ ବିଶାରଦ ରୂପେ ଲଲାଟେନ୍ଦୁ ମହାନ୍ତି ବାଲ୍ୟ ବିବାହ ନିମନ୍ତେ ଆଇନ ଓ ଦଣ୍ଡବିଧାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବାଲ୍ୟବିବାହ ର କୁ-ପରିଣତି ସହ ଶିଶୁ ର ଶିକ୍ଷା,ସ୍ଵାସ୍ଥ୍ୟ

ଓ ଭବିଷ୍ୟତ କିପରି ପ୍ରଭାବିତ ହୁଏ ଦର୍ଶାଇଥିଲେ। ସେହିପରି ପ୍ରମୁଖ ଅତିଥି ମାନେ ବାଲ୍ୟବିବାହ ନିରାକରଣ ପାଇଁ ସଚେତନତା ର ପ୍ରଚାର ପ୍ରସାର ଅଧିକ ଆବଶ୍ୟକ ଓ ଅପ୍ରାପ୍ତ ବୟସ ରେ ବିବାହ ଶିଶୁ ଅଧିକାର ଉଲଂଘନ କରେ ବୋଲି ମତବ୍ୟକ୍ତ କରିଥିଲେ।କୌଣସି ବ୍ୟକ୍ତି ବାଲ୍ୟବିବାହ ଘଟଣା ସୂଚନା ପାଇବା ମାତ୍ରେ ତୁରନ୍ତ ୧୦୯୮ ଚାଇଲ୍ଡ ହେଲ୍ପ ଲାଇନ, ପୋଲିସ ବା ବାଲ୍ୟବିବାହ ନିରାକରଣ ଅଧିକାରିଣୀ ଙ୍କୁ ଅବଗତ କରିବା ଉଚିତ୍ ବୋଲି କର୍ମଶାଳାରେ ଆଲୋକପାତ ହୋଇଥିଲା। ଏହି କର୍ମଶାଳା ରେ ବିଭିନ୍ନ ବ୍ଲକ୍ ରୁ ମହିଳା ପରିଦର୍ଶିକା,ଅଙ୍ଗନୱାଡ଼ି କର୍ମୀ,ଶିଶୁ ଅନୁଷ୍ଠାନ ର କର୍ମକର୍ତ୍ତା, ସଖୀ ସେଣ୍ଟର ର ପ୍ରଶାସିକା ପୁଷ୍ପାଞ୍ଜଳି ବେହେରା ,ପରିବାର ପରାମର୍ଶ କେନ୍ଦ୍ର,ଚାଇଲ୍ଡ ଲାଇନ ର ପ୍ରକଳ୍ପ ସଂଯୋଜିକା ଶୁଭଶ୍ରୀ ପଢ଼ିଆରୀ, ଟିମ୍ ସଦସ୍ୟ ରମାକାନ୍ତ ଜେନା,ଲକ୍ଷ୍ମଣ ଜେନା, ଦିଗ୍ ବିଜୟ ମହାନ୍ତି,ଚନ୍ଦ୍ରକାନ୍ତ ଗୋଚ୍ଛାୟତ, ଅମିତା ଦାସ ଅଂଶଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ୟୁନିଟ ର ସ୍ୱାଗତିକା ବାରିକ୍,ବିଶ୍ଵ ନାରାୟଣ ପଣ୍ଡା,ଲକ୍ଷ୍ମୀ ପ୍ରିୟା ମଲ୍ଲିକ,ସୁଭାଶିଷ ମିଶ୍ର, କୁଳଦୀପ ଜେନା, ଧୀରଜ୍ ବାରିକ,ମହେଶ ଚନ୍ଦ୍ର ଦାଶ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।ପରିଶେଷରେ ବାହ୍ୟକର୍ମୀ ଦମୟନ୍ତୀ ଦାଶ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *