ଜଗତସିଂହପୁର ଜିଲ୍ଲା ମହୋତ୍ସବ
ଜଗତସିଂହପୁର – ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୬ ନିମନ୍ତେ ସାଂସ୍କୃତିକ ସବ୍-କମିଟିର ପ୍ରସ୍ତୁତି ବୈଠକ
ଜଗତସିଂହପୁର – ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ -୨୦୨୬ ନିମନ୍ତେ ସାଂସ୍କୃତିକ ସବ୍-କମିଟି ର ପ୍ରସ୍ତୁତି ବୈଠକ ବୁଧବାର ଦିନ ଅପରାହ୍ନ ୪.୦୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଅଧ୍ୟକ୍ଷତା କରି ଜିଲ୍ଲା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ।ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ-୨୦୨୬” ଆସନ୍ତା ତା.୦୧.୦୪.୨୦୨୬ରିଖ ଠାରୁ ତା.୦୫.୦୪.୨୦୨୬ରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ନବକୃଷ୍ଣ ଚୌଧରୀ ଷ୍ଟାଡିୟମ ପରିସରରେ ମହା ସମାରୋହରେ ପାଳନ କରାଯିବ । ବୈଠକରେ ସ୍ଥାନୀୟ ସାଂସ୍କୃତିକ ଦଳ ମାନଙ୍କୁ କାର୍ଯ୍ୟକ୍ରମ ପରିବେଷଣ କରିବା ଉପରେ ପ୍ରାଧାନ୍ୟ ଦିଆଯିବାକୁ ନେଇ ଆଲୋଚନା ହୋଇଛି।ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଲୋକନୃତ୍ୟ, ଶାସ୍ତ୍ରୀୟନୃତ୍ୟ,ସଙ୍ଗୀତ ଓ ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଇଚ୍ଛୁକ ଅନୁଷ୍ଠାନ ମାନେ ତା.୨୦.୦୩.୨୦୨୬ରିଖ ମଧ୍ଯରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ କିମ୍ଵା ଇ-ମେଲ ମାଧ୍ୟମରେ (cultureofficejspur@gmail.com) ରେ ଆବେଦନ କରିପାରିବେ।ଉକ୍ତ ବୈଠକରେ ସାଂସ୍କୃତିକ ସବ୍ କମିଟିର ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
