ନୀଳାଚଳ ଇସ୍ପାତ ନିଗମ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଳିଙ୍ଗନଗର, ମାର୍ଚ୍ଚ ୧୩, ୨୦୨୬: ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ କମ୍ପାନୀର ମହିଳା କର୍ମଚାରୀମାନଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଆନ୍ତର୍ଜାତୀୟ ମହିଳା ଦିବସ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏନଆଇଏନଏଲ୍ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀଯୁକ୍ତ ପଦ୍ମପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମର ଶୁଭାରମ୍ଭ ଏକ କେକ୍ କଟା ଉତ୍ସବରୁ ହୋଇଥିଲା। ଏହି ଅବସରରେ ମହିଳା କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ମଜାଦାର ପ୍ରତିଯୋଗିତା ଏବଂ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ପ୍ଲାଣ୍ଟ ପରିସରରେ ଏକ ଆନନ୍ଦମୟ ଓ ସମାବେଶୀ ପରିବେଶ ସୃଷ୍ଟି କରିଥିଲା।ଏହି ଅବସରରେ ଶ୍ରୀଯୁକ୍ତ ପଦ୍ମପାଳ ନିଜ ଅଭିଭାଷଣରେ ମହିଳା କର୍ମଚାରୀମାନଙ୍କ ନିଷ୍ଠା ଓ କର୍ମକୁଶଳତାର ଉଚ୍ଚ ପ୍ରଶଂସା କରିଥିଲେ। କମ୍ପାନୀର କ୍ରମାଗତ ସଫଳତା ପଛରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *