ମୃତ ଏକାଉଣ୍ଟଧାରୀ ଙ୍କ ଉତ୍ତରାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ବୀମା ରାଶି ପ୍ରଦାନ
ଚିକିଟି,୧୩/୩( ):କେ. ନୁଆଗାଁ ଗ୍ରାମ ପଂଚାୟତ କେ ନୂଆଗାଁ ର ଲିପୁ ସେଠି ମୃତ୍ୟୁ ହୋଇଥିଲା l ଲିପୁ ସେଠି ଙ୍କ ଚିକିଟି ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଆକାଉଣ୍ଟ ରହିଥିଲା l ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା ବାବଦରେ ତାଙ୍କ ଏକାଉଣ୍ଟ ରୁ ବୀମା ବାବଦରେ ବାର୍ଷିକ ପ୍ରିମିୟମ କଟୁଥିଲା l ଲିପୁ ସେଠି ଙ୍କ ମୃତ୍ୟୁ ପରେ ନୋମିନି ରହିଥିବା ତାଙ୍କ ମଁl ମାମି ସେଠି ଙ୍କୁ ଚିକିଟି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଦେବରାଜ ପାଣି ଜୀବନ ବୀମା ରାଶି ବାବଦରେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି l ବୀମା ରାଶି ପ୍ରଦାନ ସମୟର ଏଫ ଆଇ ପରିଚାଳକ ସି.ଏଚ ନାଗେଶ୍ୱର ରାଓ, ସି ଏସ ପି ପରିଚାଳକ ସୂର୍ଯ୍ୟନାରାୟଣ ସାହୁ ଉପସ୍ଥିତ ରହିଥିଲେ l
