ନୟାଗଡ଼ରୁ ବିଶ୍ୱ ଶାନ୍ତି ବାର୍ତ୍ତା ଦେଲା ସିଭିଲ ସୋସାଇଟି

ନୟାଗଡ଼ ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେବଳ ଏହି ତିନି ଦେଶ ନୁହେଁ ସମଗ୍ର ବିଶ୍ୱ ପ୍ରଭାବିତ। ପ୍ରତ୍ୟେକ ଦିନ ଧନ, ଜୀବନ ନଷ୍ଟ ହେବା ସହ ଦୈନଦିନ ଜୀବନରେ ବ୍ୟବହୃତ ବସ୍ତୁ ର ଅହେତୁକ ଦରବୃଦ୍ଧି, ତୈଳ ସଂଙ୍କଟ ଯୁଦ୍ଧ ପରିସ୍ଥିତି କୁ ଆହୁରି ଜଟିଳ କରିଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ସଦର ମହକୁମାରୁ ସାରା ବିଶ୍ୱ ପାଇଁ ଏକ ଶାନ୍ତି ର ବାର୍ତ୍ତା ଦେଇଛି ନୟାଗଡ଼ ସିଭିଲ ସୋସାଇଟ। ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ ର ବାର୍ତ୍ତା ନେଇ ଆଜି ଏକ ଶୋଭାଯାତ୍ରା ନୟାଗଡ଼ ସହରର ଏନଏସି ସରକାରୀ ହାଇସ୍କୁଲ ଠାରୁ ପିଡବ୍ଲୁଡି ଛକ ପର୍ଯ୍ୟନ୍ତ ସୀଭିଲ୍ ସୋସାଇଟି ଅଧ୍ୟକ୍ଷ ରୋଟାରିଆନ ଗୋଦାବରୀଶ ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ରେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଅତିରିକ୍ତ ଏସପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଓକିଲ ସଂଘ ସଂପାଦକ ସ୍ବଦେଶ ମିଶ୍ର, ସିଭିଲ ସୋସାଇଟି ଉପାଧ୍ୟକ୍ଷ ଶ୍ରୀ ଭଗବତୀ ଚରଣ ପଟ୍ଟନାୟକ ପ୍ରମୁଖ ଙ୍କ ସହ ସିଭିଲ ସୋସାଇଟ ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ । ସମସ୍ତଙ୍କ ର ଗୋଟିଏ ନାରା ଥିଲା ବିଶ୍ୱରେ ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ।

Leave a Reply

Your email address will not be published. Required fields are marked *