ବ୍ରହ୍ମପୁର ଠାରେ ଲୋକ ଅଧିକାର ଯାତ୍ରାର ଅଭିଯାତ୍ରୀ ଦଳଙ୍କୁ ସମ୍ବର୍ଦ୍ଧନା

ଦେଶୀ ବିଦେଶୀ କର୍ପୋରେଟ୍ କମ୍ପାନୀମାନଙ୍କ ସ୍ଵାର୍ଥରେ ରାଜ୍ୟରେ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଦ୍ଵାରା ବିକାଶ ନାଁରେ ଲୋକଙ୍କ ଜମି, ଜଙ୍ଗଲ, ନଦୀ ଓ ପ୍ରାକୃତିକ ସମ୍ପଦ ଉପରେ ଜୋରଦାର ଆକ୍ରମଣ ଚାଲିଛି । ଉପରୋକ୍ତ ଆକ୍ରମଣ ଫଳରେ କ୍ଷତିଗ୍ରସ୍ତ ହେଉଥିବା ସାଧାରଣ ମଣିଷ ବିଶେଷ କରି ଆଦିବାସୀ ଓ ଚାଷୀମାନେ ନିଜର ଜୀବନ ଜୀବିକା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଲଢେଇ କରୁଛନ୍ତି । କିନ୍ତୁ ପରିତାପର ବିଷୟ ଜଣେ ଆଦିବାସୀଙ୍କ ନେତୣତ୍ଵରେ ଚାଲିଥିବା ସରକାର କମ୍ପାନୀଙ୍କ ବୋଲକରା ହୋଇ ସେମାନଙ୍କ ଉପରେ ଅନେକ ମିଛ କେଶ ଓ ମନଇଛା ଗିରଫଦାରୀ କରି ସ୍ଥାନୀୟ ପୋଲିସ ଭୟଙ୍କର ଦମନ କରିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସରକାରଙ୍କ କର୍ପୋରେଟ୍ କମ୍ପାନୀ ସପକ୍ଷବାଦୀ ଜନ ବିରୋଧୀ ବିକାଶ ନୀତି ସମ୍ପର୍କର ରାଜ୍ୟବାସୀଙ୍କ ମଧ୍ୟରେ ସଚେତନତା ସୣଷ୍ଟି କରିବାକୁ ତଥା ବଳପୂର୍ବକ ଜମି ଅଧିଗ୍ରହଣ ତଥା ଦମନ ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଲୋକ ଶକ୍ତି ଅଭିଯାନ, ଏନଏପିଏମ୍ ଓ ସେଣ୍ଟର ଫର୍ କ୍ଳାଇମେଟ୍ ଜଷ୍ଟିସ ପକ୍ଷରୁ ମିଳିତ ଭାବେ ଏକ ରାଜ୍ୟସ୍ତରୀୟ ବସଯାତ୍ରା ଆରମ୍ଭ ହୋଇଛି । ଗତ ଫେବୃଆରୀ 25 ତାରିଖରେ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜନ୍ମସ୍ଥାନ ସ୍ଥାନ ସତ୍ୟଭମାପୁର ଠାରୁ ଏହି 20 ଜଣିଆ ପଦଯାତ୍ରା ବାହାରି ସାରା ରାଜ୍ୟ ପରିକ୍ରମା କରି ଆସନ୍ତା 23 ତାରିଖ ଦିନ ଶହୀଦ ଭଗତ ସିଂଙ୍କ ଶହୀଦ ଦିବସ ଅବସରରେ ଭୁବନେଶ୍ୱର ଠାରେ ପହଞ୍ଚିବ । ଇତି ମଧ୍ୟରେ ଗତ 17 ଦିନ ମଧ୍ୟରେ ଏହି ଯାତ୍ରା ରାଜ୍ୟର 18ଟି ଜିଲ୍ଲା ପରିକ୍ରମା କରି ସାରିଛନ୍ତି ।ଆଜି ଲୋକ ସମ୍ପର୍କ ଯାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଠାରୁ ବାହାରି ଗଞ୍ଜାମର ସୋରଡ଼ା, ଆସିକା ଆଦି ଅଞ୍ଚଳ ପରିକ୍ରମା କରି ବ୍ରହ୍ମପୁର ଠାରେ ପହଞ୍ଚିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଋଷିକୁଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ଅଭିଯାତ୍ରୀ ଦଳକୁ ସମ୍ଵର୍ଦ୍ଧିତ କରିଥିଲେ । ଏହି ଅବସରରେ ସ୍ଥାନୀୟ ସଂକଳ୍ପ ସ୍କୁଲ ଠାରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଲେଖିକା ଡଃ ବିଧୂପ୍ରଭା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟିର ଆବାହକ ସୁଧୀର ରାଉତ, ଅନ୍ୟତମ ବରିଷ୍ଠ ସଦସ୍ୟ ଶ୍ୟାମସୁନ୍ଦର ଖାଡଙ୍ଗା, ପଶ୍ଚିମ ଓଡିଶାର ବରିଷ୍ଠ କୣଷକ ନେତା ଲିଙ୍ଗରାଜ, ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଏନଏପିଏମର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଆଦିବାସୀ ନେତା ନାଚିକା ଲିଙ୍ଗା, ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ ନନ୍ଦେଶୁ ସେନାପତି, ଏଆଇକେକେଏସର ନେତା ସମ୍ପାଦକ ଶଙ୍କର ଇନକିଲାବ୍,

ଏଆଇଡିଏସଓର ରାଜ୍ୟନେତା ସୋମନାଥ ବେହେରା, ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସିମାଞ୍ଚଳ ନାହାକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ବିକାଶ ନୀତିର ନିନ୍ଦା କରିଥିଲେ । ବକ୍ତାମାନେ ଘରୋଇ କମ୍ପାନୀଙ୍କୁ ପାଣି ଯୋଗାଇ ଦେବା ପାଇଁ ପିପଳପଙ୍କା ଠାରେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ଯେଉଁ ଡେମ୍ କରିବାକୁ ଯାଉଛନ୍ତି, ତାରି ଫଳରେ ନଦୀ ସମ୍ପୂର୍ଣ୍ଣ ମରିଯିବା ସହ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ପିଇବା ପାଣି ଓ ଜଳସେଚନ ବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ । ଦକ୍ଷିଣ ଓଡିଶାର ବକ୍ସାଇଟକୁ ଖଣି ଖୋଳି ତା’କୁ ଆଲୁମିନିୟମରେ ରୂପାନ୍ତରିତ କରି ଗୋପାଳପୁର ବନ୍ଦର ଦେଇ ବିଦେଶକୁ ରପ୍ତାନୀ କରିବା ପାଇଁ ସରକାର ଗୋପାଳପୁର – ଜୟପୁର ମଧ୍ୟରେ ଏକ 285 କି. ମି ଦୀର୍ଘ ଓ ଏକ କି. ମି ଚଉଡାର ଯେଉଁ ଅର୍ଥନୈତିକ କରିଡର ନିର୍ମାଣ କରିବାକୁ ଯାଉଛନ୍ତି, ତା’ରି ଫଳରେ ଦକ୍ଷିଣ ଓଡିଶାର ବ୍ୟାପକ ପରିମାଣରେ ଜଙ୍ଗଲ, ପାହାଡ, ଜଳ ଉତ୍ସ ସହ ହଜାର ହଜାର ଚାଷୀ ଓ ଆଦିବାସୀଙ୍କ ଚଳନ୍ତି ଜୀବିକାକୁ ଧ୍ଵଂସ କରିବାକୁ ଯାଉଛି ।ଅନ୍ୟମାନଙ୍କ ମଧ୍ୟରେ କୣଷକ ନେତା ବୣନ୍ଦାବନ ଖଟେଇ, ବରିଷ୍ଠ ସାମ୍ଵାଦିକ ରବି ରଥ, ଆଇଏଫଟିୟୁର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ରାଜେନ୍ଦ୍ର ପଣ୍ଡା, ଅଧ୍ୟାପକ ଲୋକନାଥ ପରିଡା, ଶିକ୍ଷକ ନେତା କାମରାଜୁ ମହାରଣା, ଅଶୋକ ଦଳାଇ, ଲକ୍ଷ୍ମୀ ନୣସିଂହ ରଥ, ବିଘ୍ନେଶ୍ଵର ସାହୁ,ପପୁନ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ଅଳକନାଥ ମିଶ୍ର, ଏ ସଞ୍ଜୀବ କୁମାର ରେଡ୍ଡୀ ପ୍ରମୁଖ ସ୍ଥାନୀୟ ନେତା ଓ ଆଦିବାସୀ ନେତା କୁଶନାଥ ପ୍ରଧାନ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଗଣ ସଙ୍ଗୀତ ଗାୟକ ରାଜକିଶୋର ଦୁଲ୍ହାରୀ, ଲକ୍ଷ୍ମଣ ନାୟକ ପ୍ରମୁଖ ବିପ୍ଳବୀ ସଙ୍ଗାତ ଗାନ କରିଥିଲେ । ଶେଷରେ ଯୁବନେତା ଆଦିତ୍ୟ ରଥ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *