କୈବଲ୍ୟ ନାରୀ ସ୍ୱାଭିମାନ ସମ୍ମାନ ପ୍ରଦାନ

ବିରିଡି :୧୩-୩ କଟକର ଧଵଳେଶ୍ୱର ସାରସ୍ୱତ ଆଶ୍ରମ ଠାରେ ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ “ଆନୁର୍ଜାତୀୟ ମହିଳା ସ୍ବାଭିମାନ ଉତ୍ସବ ୨୦୨୬”ଅବସରରେ ଶିକ୍ଷୟତ୍ରୀ ମଞ୍ଜୁଳା ସାହୁଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ତାଙ୍କର ଓଡ଼ିଆ ଭାଷା ସାହିତ୍ୟ, ଶିକ୍ଷା ଏବଂ ଜଗନ୍ନାଥ ସଂସ୍କୃତି ପ୍ରତି ଯଥୋଜିତ ସମ୍ମାନ ପ୍ରଦର୍ଶନ ରେ ଗୁଣମୁଗ୍ଧ ହୋଇ ଅନୁଷ୍ଠାନ ପକ୍ଷରୁ “କୈବଲ୍ୟ ନାରୀ ସ୍ବାଭିମାନ ସମ୍ମାନ ୨୦୨୬” ପ୍ରଦାନ କରିଥିଲେ l ଅନୁଷ୍ଠିତ ଉତ୍ସବରେ ମୁଖ୍ୟତିଥିଭାବେ ଡ଼ ମୀରାବେଉରା, ମୁଖ୍ୟବକ୍ତା ଯୋଗାଗୁରୁ ସାଗରୀକା ଜେନା, ସଭାପତି ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ପାଦିକା ବିଜୟଲକ୍ଷ୍ମୀ ସାମନ୍ତ ରାୟ,ଉପଦେଷ୍ଟା ନାରାୟଣ ନାୟକ, ବିଜୟଲକ୍ଷ୍ମୀ ସାହୁ, ଲଖ୍ମଣ ସାହୁ ପ୍ରମୁଖଉପସ୍ଥିତ ରହି ଶ୍ରୀମତୀ ସାହୁଙ୍କୁ ଉପଢୌକନ, ମାନପତ୍ର ସହ ଫୁଲତୋଡ଼ା ଦେଇ ସମ୍ଭର୍ଦ୍ଧିତ କରିଥିଲେ l

Leave a Reply

Your email address will not be published. Required fields are marked *