ସ୍ଥାୟୀ ତହସିଲଦାର ନଥିବାରୁ ହlଟଡିହି ତହସିଲରେ ଲୋକେ ହଟହଟା

ସ୍ଥାୟୀ ତହସିଲଦାର ନଥିବାରୁ ହlଟଡିହି ତହସିଲରେ ଲୋକେ ହଟହଟା
ଆନନ୍ଦପୁର ହଟଡିହି ଆନନ୍ଦପୁର ଉପଖଣ୍ଡ ହଟଡିହି ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଆନନ୍ଦପୁର ତହସିଲର ଅତିରିକ୍ତ ତହସିଲଦାର ମନୋଜ କେରକେଟ୍ଟା ଅସ୍ଥାୟୀଭାବେ ହଟଡିହି ତହସିଲର ଦାୟିତ୍ୱରେ ରହିଛନ୍ତି।
ଏହା ସହିତ ହଟଡିହି ଉପ-ନିବନ୍ଧକ (ସବ୍-ରେଜିଷ୍ଟ୍ରାର) କାର୍ଯ୍ୟାଳୟ ପାଇଁ ମଧ୍ୟ କୌଣସି ସ୍ୱତନ୍ତ୍ର ସବ୍-ରେଜିଷ୍ଟ୍ରାର ନଥିବାରୁ ତହସିଲଦାରଙ୍କୁ ଏହି ଦାୟିତ୍ୱ ମଧ୍ୟ ପାଳନ କରିବାକୁ ପଡ଼ୁଛି। ଫଳସ୍ୱରୂପ ଜମି ରେଜିଷ୍ଟ୍ରି ସମ୍ବନ୍ଧୀୟ କାମକାଜ ଗୁଡ଼ିକ ସଠିକ ଭାବେ ସମୟରେ ସମ୍ପନ୍ନ ହୋଇପାରୁ ନାହିଁ।
ବିଶେଷକରି କବଲା (ଜମି ରେଜିଷ୍ଟ୍ରି) କାମ ଦୀର୍ଘଦିନ ଧରି ଅଟକି ରହିଥିବାରୁ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି। ଲୋକମାନେ ଅନଲାଇନ୍‌ରେ କବଲା ପାଇଁ ବାରମ୍ବାର ସ୍ଲଟ ବୁକିଂ କରୁଥିଲେ ମଧ୍ୟ କାମ ସଫଳ ହେଉନଥିବାରୁ ସେମାନେ ଅଜାଥାରେ ଅର୍ଥ ଓ ସମୟ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି।
ସ୍ଥାନୀୟ ଲୋକମାନେ ଶୀଘ୍ର ହଟଡିହି ତହସିଲ ପାଇଁ ସ୍ଥାୟୀ ତହସିଲଦାର ଓ ସ୍ୱତନ୍ତ୍ର ସବ୍-ରେଜିଷ୍ଟ୍ରାର ନିଯୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି, ଯାହାଦ୍ୱାରା ସାଧାରଣ ଲୋକଙ୍କର କବଲା ଓ ଜମିଜମା ସଂପର୍କିତ ତହସିଲ କାର୍ଯ୍ୟ ଠିକ୍ ସମୟରେ ହୋଇ ପାରିବ lଏନେଇ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା କହିଛନ୍ତି ଯେ, ସାଧାରଣ ଲୋକଙ୍କ ସମସ୍ୟାକୁ ସେ ଗୁରୁତ୍ୱ ସହ ନେଇଛନ୍ତି ଏବଂ ଏହାର ସମାଧାନ ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇବ। ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି l

Leave a Reply

Your email address will not be published. Required fields are marked *