ଗଞ୍ଜାମ ବ୍ଲକରେ ନବ ଭାରତ ସକ୍ଷରତା କାର୍ଯ୍ୟକ୍ରମ l

ରମ୍ଭା ତା – ୧୫/୦୩/୨୦୨୬ ଗଞ୍ଜାମ ବ୍ଲକର ୧୪୮ ବିଦ୍ୟାଳୟରେ ନବଭାରତ ସକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୋଟ ୧୩୩୬ ଜଣ ନିରକ୍ଷର ଅଂଶ ଗ୍ରହଣ କରି ରବିବାର ଦିନ ଏନ. ଆଇ. ଏଲ. ପି. ରେ ପରୀକ୍ଷା ଦେଇଛନ୍ତି l ଏଥିରେ ନୋଡାଲ ଅଫିସର ଏ. ବି. ଇ. ଓ ବିନୀତା କୁମାରୀ ମିଶ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକର ବି. ଇ. ଓ. ପ୍ରସନ୍ନ କୁମାର ବେହେରା, ବି. ଆର. ସି. ସି. ସଂଯୁକ୍ତା କୁମାରୀ ବେହେରା, ଏବଂ ୧୨ ଟା କ୍ଲଷ୍ଟର ର ସି. ଆର. ସି. ସି., ବ୍ଲକ ରିସର୍ସ ଗ୍ରୁପ ମେମ୍ବର ସିମାଞ୍ଚଳ ପାଣି, ଅତୀନ୍ଦ୍ରୀୟ ପlଟ୍ଟଯୋଶୀ ଏବଂ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସୁପରିଚାଳନା କରି ସଫଳ କରିଥିଲେ l

Leave a Reply

Your email address will not be published. Required fields are marked *