ପୁଅ ଜନ୍ମ କରି ପାପ କରିଛି” ସାମାଜିକ ନାଟକ ବହିର ପୂଜା।

“ପୋଲସରା ୧୫/୦୩/୨୬ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଶ୍ରୀ ଶ୍ରୀ ତୁମ୍ବେଶ୍ବର ନାଟ୍ୟ ସଂସଦ ଯୁବକମାନଙ୍କ ଦ୍ବାରା ଆସନ୍ତା ମେ ମାସ ୦୬/୦୫/୨୬ ତାରିଖ ଦିନ ହେବାକୁ ଥିବା ସାମାଜିକ ନାଟକ “ପୁଅ ଜନ୍ମ କରି ପାପ କରିଛି” ବହିର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାବା ତୁମ୍ବେଶ୍ବରଙ୍କ ପୀଠରେ ପୁରୋହିତ ଅଭିମନ୍ୟୁ ପାଢ଼ୀ ପୂଜା ଅର୍ଚ୍ଚନା କରି ବହି ପୂଜନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଏନ୍ ତ୍ରୀପତି ପାତ୍ର, ସମାଜସେବୀ ତଥା ଆସିକା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ, କଳାକାର ମାନଙ୍କ ମଧ୍ୟରେ ରୋହିତ ବେହେରୁକ, ବାସୁଦେବ ନାୟକ, ଜିତେନ୍ଦ୍ର କୁମାର ପ୍ରଧାନ, ତୁତୁନୁ ପ୍ରଧାନ, ଜିତେନ୍ଦ୍ର କୁମାର ଜେନା, କଂଗ୍ରେସ ପୋଲାଇ, ଜିତେନ୍ଦ୍ର କୁମାର ସାହୁ, ତୋଫାନ ସାହୁ, କାଳିଆ ନାହାକ, ରଞ୍ଜନ ଜେନା, ନିରାକାର ନାୟକ, ଅଶୋକ ବେହେରୁକ, ବିଶ୍ବପ୍ରତିକ ଜେନା, କୀର୍ତ୍ତି ନାୟକ ସମେତ ଅନ୍ୟ କଳାକାରମାନେ ଉପସ୍ଥିତି ଥିଲେ । ଏହାପରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ନାଟକର ପୂର୍ବ ଅଭ୍ୟାସର କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *